STORYMIRROR

Jyotirmoyee Mohanty

Classics

4  

Jyotirmoyee Mohanty

Classics

ମୁଁ ପାପୀ ପାମର

ମୁଁ ପାପୀ ପାମର

1 min
4

ଜାଣେନାହିଁ ପୂଜା, ଅର୍ଚ୍ଚନା କାଳିଆ 

ଜାଣେନାହିଁ ଭକ୍ତି ନୀତି 

ଜାଣେନାହିଁ ବେଦ ମନ୍ତ୍ର, ଶାସ୍ତ୍ର,ତନ୍ତ୍ର,

କେମିତି ଯିବି ଯୋ କତି l


ପଢ଼ି ଜାଣେନା ମୁଁ ଗୀତା, ଭାଗବତ

ପୋଥି ପୁରାଣର ଜ୍ଞାନ 

ଜାଣେନାରେ ଜମା ଧର୍ମ, କର୍ମ, ନୀତି 

ପାପୀ , ପାମର, ଆଜ୍ଞାନ ।


କେମିତି କହିବି ମୋ ମନର ଭାବ 

ଶବ୍ଦ ତୁଣ୍ଡରେ ନ ସ୍ଫୁରେ 

ତୋ ମୁଖ ଚାହିଁଲେ ଭରିଯାଏ ମନ 

ଏକ ପ୍ରଶାନ୍ତି ଉର୍ମିରେ । 


ମାଗିବା ଆଗରୁ ସବୁତ ଦେଇଛୁ 

ଅବସୋସ ମୋର ନାହିଁ 

ଯାହା ବି ଦେଇଛୁ କାଳିଆ ରେ ମୋତେ 

ମୋହ କିଛି ଆଉ ନାହିଁ l

ଏ ଦେହ ଦେଉଳି ପୁରୁଣା ହେଲାଣି 

ଉଚ୍ଛନ୍ନ ହୁଏ ମୋ ମନ 

ଆତ୍ମା ପକ୍ଷୀ ମୋର ଉଡିବାକୁ ଚାହିଁଲାଣି 

ତୋହର ନନ୍ଦନ ବନ ।


ମନା କରିବୁନି କାଳିଆରେ ମୋତେ 

ଏତିକି  ମାନ ରଖିବୁ 

ତୋ ସେବାରେ ତାକୁ ଲଗେଇ ଦେବୁରେ

ଛୋଟ ବୋଲି ନଭାବିବୁ ।


Rate this content
Log in

Similar oriya poem from Classics