ନୀଳମାଧବ
ନୀଳମାଧବ
ନୀଳମାଧବ,
ତୁ ତ ଅବୁଝାଟାଏ
ସବୁ ଜାଣି ବି କିଛି ନଜାଣିଲା ପରି
ଅଭିନୟ କରୁ
ଯିଏ ଥରେ ସ୍ନେହରେ ଡ଼ାକେ
ସବୁକିଛି ଭୁଲି ଯାଇ
ତୁ ଚାଲିଯାଉ ତାରି ନିକଟେ
ଯେମିତିକି ଚାଲି ଯାଇଥିଲୁ
ଗୁଣ୍ଡିଚା ରାଣୀଙ୍କ ପାଶେ
ବିଦ୍ୟାପତି ସାଥେ ।
ଦୁନିଆ ଆଗରେ ତୋତେ ଦେଖାଇବାକୁ
ମୋତେ ଭାରି ଭୟ ଲାଗେ
ଭୟଲାଗେ କାଳେ
ପୁଣି କିଏ ବିଦ୍ୟାପତି ସାଜି
କାହିଁ ଚୋରାଇ ନେବନି ତ
ମୋ ଠାରୁ ଦୂରେଇ ଦେଇ
ନିଜର କରି ଦେବନି ତ ତୋତେ ।
ନୀଳମାଧବ!
ତୁ ଦିନେ ଠକିଥିଲୁ ମୋତେ
ଏବେ ମୁଁ ତୋତେ ରଖିବି
ମୋ ଆଖି ଶାମୁକାରେ
ସଂସ୍ଥାପିବି
ମୋ ହୃଦୟ ମନ୍ଦିରେ
ମୋ ଛଡ଼ା ଯେମିତି ତୋତେ
ନ ଦେଖିବେ କେହି
ପୂଜା କରିବି ନିତି ସକାଳ ସଞ୍ଜେ
ଅତି ସଂଗୋପନେ
ସର୍ମପିବି ତନ,ମନ,ଧନ
ସବୁ ତୋରି ଚରଣେ ।
ନୀଳମାଧବ!
ବନ୍ଦୀ କରିବି ତୋତେ
ମୋ ମନ କୋଲପେ... ।
