STORYMIRROR

Jyotirmoyee Mohanty

Classics

4  

Jyotirmoyee Mohanty

Classics

ଅନ୍ତର୍ବିଳାପ

ଅନ୍ତର୍ବିଳାପ

1 min
4


ଅନୁପମ ତୁମ ସୃଷ୍ଟିରେ ପ୍ରଭୁ 

ମାନବ ଜୀବନ ଦେଇ 

କି ଲାଭ ପାଉଛୁ ସେହି ମାନବର

ସୁଖକୁ ଝଡ଼ାଇ ନେଇ ।


ତୁମ ହାତେ ପରା ସକଳ ଏ ଧରା 

ଚନ୍ଦ୍ର ସୂର୍ଯ୍ୟ ପ୍ରତିଭାତ 

ପ୍ରତିଟି ପ୍ରାଣୀର ଅନ୍ତର ଆତ୍ମାରେ 

ସର୍ବଘଟେ ଆତଯାତ ।


ଭକ୍ତଟିଏ କାନ୍ଦେ ତୁମରି ଦାଣ୍ଡରେ 

ଲୁହେ ଭିଜେ ତୁମ ବାଲି 

ପାପୀର ଦୁଆରେ ଆସିଛି ଫଗୁଣ 

ରକ୍ତରେ ଖେଳେ ହୋଲି ।


ତୁମ ବଡ଼ ଦାଣ୍ଡୁ ଭୁଖିଲାଟେ ଯାଏ 

ଶୂନ୍ୟତାର ମନ ନେଇ 

ଷାଠିଏ ପଉଟି ମଣୋହି ହୁଅଇ 

ତୁମପାଇଁ ତୁମପାଇଁ ।


କି ଦୋଷ କରିଛି ଦୁଃଖୀ ମଣିଷଟି 

ବୁଝିକି ବୁଝନି ମନ

ତୁମରି ଚରଣେ ପୂଜା କରି ନିତି 

ବିତୁଥାଏ ତାର ଦିନ ।


Rate this content
Log in

Similar oriya poem from Classics