ଯେବେ ଯେବେ ମୁଁ ତୋତେ ଦେଖେ
ଯେବେ ଯେବେ ମୁଁ ତୋତେ ଦେଖେ
ଯେବେ ଯେବେ ମୁଁ ତୋତେ ଦେଖେ
ସ୍ତବ୍ଧ ହୋଇ ରହିଯାଏ
ପଲକ ପଡେ଼ନି ଆଖିରେ
ଝରିଯାଏ ଲୁହ ଧାର ଧାର ା
ଯେମିତିକି ଅଟକି ଯାଏ
ସବୁକିଛି ସେଇଠି ସେମିତି
ସବୁ ସଂପର୍କରୁ ଉଦ୍ର୍ଧ୍ୱରେ
ସବୁ ମୋହ-ମାୟା-ଜଞ୍ଜାଳ ଠୁଁ
ବହୁତ ଦୂରରେ
ମୁଁ କେବଳ ତଲ୍ଲୀନ ଥାଏ ତୋରି ଭିତରେ ।
ହେ ମୋର ଅଭୀଷ୍ଟ ଈଶ୍ୱର
କହ ଆଉ କେତେ କାଳ
ଏଇମିତି ମାୟାର ବନ୍ଧନେ
ବାନ୍ଧି ରହିବାକୁ ହେବ
ଆଉ କେତେକାଳ
ଏଇମିତି ଏହି ପାପର ପଙ୍କରେ
ମୋତେ ଘାଣ୍ଟିବାକୁ ହେବ,
କହ କହ ମୋତେ
କେବେ ମୋତେ ନେବୁ
ଶାଶ୍ୱତ ପଥରେ ା
ସେ ପଥେ ନଥିବ ମିଛ ମାୟାର ସଂସାର
ସେ ପଥେ ନଥିବ ଲୋଭ-ମୋହର ସମ୍ଭାର
ନଥିବ ବି ଏହି ଅସତ୍ୟ କାୟା ା
କେବେ ଆସିବ ସେ ଦିନ
ଛାୟା ବନି ଭ୍ରମୁଥିବି ତୋର ଚାରିପାଶେ
ଭ୍ରମର ସାଜି ଚୁମୁଥିବି ତୋର ପାଦପଦ୍ମେ
ଭକ୍ତିଭାବେ ଭଜୁଥିବି କେବଳ ତୋ ନା
ଆତ୍ମାର ମିଳନ ହେବ ପରମାତ୍ମା ସାଥେ ।
