STORYMIRROR

Jyotirmoyee Mohanty

Classics

4  

Jyotirmoyee Mohanty

Classics

ମିଛ ମାୟା ଭରା ସଂସାର

ମିଛ ମାୟା ଭରା ସଂସାର

1 min
14

ମିଛ ମାୟା ଭରା ସଂସାର ଭିତରେ 

ଦୁଇ ଦିନର ହିଁ ଖେଳ 

ସେ ଖେଳ ସରିଲେ ଯବନିକା ପଡେ଼ 

ଆସିଲେ ବାହୁଡ଼ା ବେଳ ।୧


ତାହାରି ଭିତରେ ମାନ ଅଭିମାନ 

କେତେ ଗର୍ବ ଅହଂକାର 

ବୃଥାଟାରେ ବୋଲେ ସବୁ ମୋର ମୋର 

କିଛି ନାହିଁ ତୋର ମୋର ।୨


ଧନ ପରେ ଧନ ଅର୍ଜନ କରୁଛୁ

ଘର, ବାଡ଼ି, ଗାଡି କିଣି

କେତେଦିନ ରହିଯିବୁ ମହିପାରେ 

ମନକୁ ପାରୁନୁ ଜିଣି । ୩


କମାନୀରୁ କିଛି ଖୋଲାମନେ ତୁହି 

ବାଣ୍ଟି ଦେ ଦୁଃଖୀ ରଙ୍କିରେ 

ଦରିଦ୍ର ନାରାୟଣ ଆଶୀଷ କରିବେ

ଆତ୍ମା ତୋ ହେବ ଶୁଖିରେ ।୪ 


ଶୂନ୍ୟ ହସ୍ତ ନେଇ ଆସୁ ମହୀପରେ 

ଯିବୁ ପୁଣି ଶୂନ୍ୟ ହସ୍ତେ 

ଜୁଇରେ ଜଳିବ ମୋହ ମାୟା ଦେହ 

ଆତ୍ମା ଥିବ ଶୁନ୍ୟ ପଥେ ।୫


ବୁଝିଯାରେ ମନ ଅବୁଝା ନହୁଅ 

ଏଠି ତୋର କେହି ନୁହଁ 

ଏସବୁ ସମ୍ପତ୍ତି ଧନ-ମାନ-କୀର୍ତ୍ତି

କିଛି କିଛି ତୋର ନୁହଁ । ୬


ମାୟା ମରିଚିକା ପଛରେ ଧାଉଁଛୁ 

ଶୁଣରେ ପାଗଳ ମନ 

ପରମବ୍ରହ୍ମ ପଦେ ପଶିଯା ଶରଣ 

ଜୀବନ ହୋଇବ ଧନ୍ୟ ।୭


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics