STORYMIRROR

Gouri Panda

Classics

3  

Gouri Panda

Classics

କରୋନା ରଜ

କରୋନା ରଜ

1 min
11.9K

ରଜ ପାଳିବାକୁ 

ହୋଇଅଛି ମନା। 

ରଜ ବାସୁଅଛି 

କରୋନା, କରୋନା।

ଦୋଳି ମୁଣ୍ଡ ଆଜି

କଟ, କଟ ନାହିଁ। 

କାକରା ପିଠାର

ସେ ବାସନା କାହିଁ?

ରଜରେ ଓଡିଶା 

ଆଜି ତ ହସୁନି। 

ବାଗୁଡି, କଉଡି

ଖେଳ ବି ହେଉନି।

ଝିଅ, ବୋହୂ ସବୁ

ଘର ମଧ୍ୟେ ବନ୍ଧା। 

କରୋନା ଡୋରୀରେ

ହୋଇଛନ୍ତି ଛନ୍ଦା।

କି ଲାଭ ପାଦରେ

ଅଳତା ନାଇଁଲେ। 

ନୂଆ, ଜାମା, ଶାଢୀ

ରଜରେ ପିନ୍ଧିଲେ।

ସବୁ ଫିକା କଲା 

ଏ ବରଷ ରଜ। 

ଭଲ ଲାଗୁନାହିଁ 

ହେବା ପାଇଁ ସଜ।

ସାଙ୍ଗ, ସାଥି ମେଳେ

ଦୋଳି ଆମ୍ବ ଡାଳେ।

ସରାଗ ନାହିଁ ତ

ଆଜି ଦୋଳି ଖେଳେ।

ଗାଆଁ ଦାଣ୍ଡ ଆଜି

ନିଛାଟିଆ ଦିଶେ।

ରଜ ଆଜି ଘରେ

ଲୁଚି, ଲୁଚି ହସେ।

କୁଆଁରୀ ଝିଅ ର

ମଉଜ ପରବ। 

ଓଡିଶା ସଂସ୍କୃତି 

ସଂସ୍କାର ଗରବ।

କରୋନା କରିଲା 

ରଜ ଛାରଖାର। 

ଘରେ ପାଳିବାକୁ 

କଲେ ସରକାର।

ଗୃହବନ୍ଦୀ ହୋଇ

କି ମଜା ରଜ ର। 

ପାଳିବାନି ରଜ 

ଏଇ ବରଷର।

କରୋନା କୁ ଦୂର 

କର ହେ ଠାକୁର। 

ତୁମ ପାଦ ତଳେ

କରୁଛୁ ଜୁହାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics