Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Gouri Panda

Classics

2.6  

Gouri Panda

Classics

କରୋନା ରଜ

କରୋନା ରଜ

1 min
11.9K


ରଜ ପାଳିବାକୁ 

ହୋଇଅଛି ମନା। 

ରଜ ବାସୁଅଛି 

କରୋନା, କରୋନା।

ଦୋଳି ମୁଣ୍ଡ ଆଜି

କଟ, କଟ ନାହିଁ। 

କାକରା ପିଠାର

ସେ ବାସନା କାହିଁ?

ରଜରେ ଓଡିଶା 

ଆଜି ତ ହସୁନି। 

ବାଗୁଡି, କଉଡି

ଖେଳ ବି ହେଉନି।

ଝିଅ, ବୋହୂ ସବୁ

ଘର ମଧ୍ୟେ ବନ୍ଧା। 

କରୋନା ଡୋରୀରେ

ହୋଇଛନ୍ତି ଛନ୍ଦା।

କି ଲାଭ ପାଦରେ

ଅଳତା ନାଇଁଲେ। 

ନୂଆ, ଜାମା, ଶାଢୀ

ରଜରେ ପିନ୍ଧିଲେ।

ସବୁ ଫିକା କଲା 

ଏ ବରଷ ରଜ। 

ଭଲ ଲାଗୁନାହିଁ 

ହେବା ପାଇଁ ସଜ।

ସାଙ୍ଗ, ସାଥି ମେଳେ

ଦୋଳି ଆମ୍ବ ଡାଳେ।

ସରାଗ ନାହିଁ ତ

ଆଜି ଦୋଳି ଖେଳେ।

ଗାଆଁ ଦାଣ୍ଡ ଆଜି

ନିଛାଟିଆ ଦିଶେ।

ରଜ ଆଜି ଘରେ

ଲୁଚି, ଲୁଚି ହସେ।

କୁଆଁରୀ ଝିଅ ର

ମଉଜ ପରବ। 

ଓଡିଶା ସଂସ୍କୃତି 

ସଂସ୍କାର ଗରବ।

କରୋନା କରିଲା 

ରଜ ଛାରଖାର। 

ଘରେ ପାଳିବାକୁ 

କଲେ ସରକାର।

ଗୃହବନ୍ଦୀ ହୋଇ

କି ମଜା ରଜ ର। 

ପାଳିବାନି ରଜ 

ଏଇ ବରଷର।

କରୋନା କୁ ଦୂର 

କର ହେ ଠାକୁର। 

ତୁମ ପାଦ ତଳେ

କରୁଛୁ ଜୁହାର।


Rate this content
Log in

Similar oriya poem from Classics