କାଳିଆ ସାଆଁନ୍ତ ବନ୍ଦୀ
କାଳିଆ ସାଆଁନ୍ତ ବନ୍ଦୀ


ଯେବେ ଦୁବୃର୍ତ୍ତ ଯବନ ଘୋଷାଡି ଘୋଷାଡି
ନେଇଗଲେ ଦାରୁମୂର୍ତ୍ତୀ,
ଭୟାଳୁ ଭକତ ହରିବୋଲ ଦେଇ
ପଥର କରିଲେ ଛାତି !
ମହାପ୍ରଭୁଙ୍କର ପବିତ୍ର ଶରୀର
ଦେଇଥିଲେ ଯେବେ ପୋଡି
କେଉଁ ପୋଥିରେ ବି ଲେଖାଯାଇନାହିଁ
ଓଡିଆ ବିରୋଧ ରଡି !
ମୂକ ଦର୍ଶକ ଭକତ ସମାଜ
ସ୍ୱାଭିମାନ ସହ ସନ୍ଧି,
ମନ୍ଦିର ଭିତରେ କାଳିଆ ସାଆଁନ୍ତ
ଫନ୍ଦି ଫିକରରେ ବନ୍ଦୀ |