STORYMIRROR

Purnima Sing

Classics Inspirational

3  

Purnima Sing

Classics Inspirational

କବିତା କାନ୍ତା

କବିତା କାନ୍ତା

1 min
11.9K

କବିତା କି କାନ୍ତା ଅଜ୍ଞାତ ମୁଁ ତୁମ ପରିଚୟ

ଅନାୟାସରେ ଟଳି ପଡ ମୋ ବକ୍ଷ ମଧ୍ୟର 

ସତେ କି ଅଛି ତୁମର ଅନେକ ନାମ ?

ସବୁ ନାମ ଲାଗେ ତୁମର କାହିଁକି

ଜାଣେନା ମୋତେ ଚିିିନି ଠାରୁ ଅତି ମଧୁର ।।୧।।


ଦୃୃୃଢେ ଧରି ରଖ ସଂସାର ମୋହର

ସବୁ ସହି ବହି ବିନା ପ୍ରତିବାଦରେ

ସମାଜ ବୁୁଝେନା ତୁମ ପ୍ରାଣେ ଦୁଃଖ

ଦୋଷ ଦେଉଥାଏ ସବୁଥିରେ।। ୨।।


ଥରେ ଥରେ ମୁଁ ବି ପାରେନା ତୁମକୁ ବୁଝି

କେଉଁ ଉପାଦାନେ ଗଢା 

ବିିଧାତା ଗଢିଲା ବିଧି ଉଦ୍ଦେଶ୍ୟରେ

ବେଢିିିଦେଲା ସମସ୍ତ କର୍ତ୍ତବ୍ୟକୁ ଦେଇ

ପୁୁଣି ତୁମକୁ କାହିଁ ତୋଳିଲା ଅଲୋଡ଼ା ? ।।୩।।


ଏତେ ଦ୍ବନ୍ଦ ରୂପେ ଖୋଜି ପାଏ ଆଜିମୁଁ

ତୁମକୁ ମନେ କେତେ ପ୍ରଶ୍ନ ଠୁୁଳ ଠୁଳ ନେଇ 

ସତେ ତୁମେ କିଏ କବିତା ନା କାନ୍ତା

ଏ ପ୍ରଶ୍ନ ର ଉତ୍ତର ଥରୁଟିଏ ମୋମନ

ମଧ୍ୟରେ ଦିଅ ହେ ସମାହି।।୪।।


କାଳି ରାତ୍ରି ର ଜ୍ୟୋସ୍ନା ଭିତରେ

ପ୍ରେମ ର ଆଲୋକେ ଭିଜେଇ ଯାଅ 

ଆଖି ଖୋଲି ଦେଲେ ସବୁ ଶୂନ୍ଯ ଦିଶେ 

କେଉଁ ଆଡେ ତୁମେ ଅଦୃଶ୍ୟ ହୁଅ?।।୫।।


ଶୂନ୍ୟ ମନରେ ସର୍ବଦା ମୁଁ ଖୋଜେ

ସଠିକ୍ ସ୍ଥାନ ମୁଁ ଯେ ପାଏନାହିଁ

କୋଉଁଁଠିି ଖୋଜିବି କହିଦିଅ ଥରେ

କାନ୍ତା କବିତା ର ମନ ନେଇ ।।୬।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics