STORYMIRROR

Purnima Sing

Classics

3  

Purnima Sing

Classics

ମରୂଭୂମି

ମରୂଭୂମି

1 min
40

ମୁକ୍ତ ଗଗନ ର ବକ୍ଷ ଚିରି

  ଝରି ଆସେ ତୁମ ଅମୃତ ପ୍ରେମ,

ଭିଜିବିନାହିଁ ବୋଲି ଯେତେ ଭାବେ

  ଲୋଡା ହୁଏ ମୋ ଜୀବନେ ତୁମ ଆଶିଷ, ନାମ।।

ତୁମକୁ ଭୁଲି ଆସିିିଛି ବୋଲି

  ଯେତେ ଯେତେ ମୁଁ ଭାବେ

ତୁମେ ଲୁଚି ଥାଅ ମୋ ଚତୁଃପାର୍ଶ୍ଵରେ

   ଛାଇ ଲେଉଟାଣି ଅବା ମୋର ଦୀର୍ଘ

 ନିଃଶ୍ବାସ ପ୍ରଶ୍ବାସ ର ପ୍ରତୀକ୍ଷା ମଧ୍ୟରେ।।


କନ୍ଦର କୋଣ ରେ ଲୁଚି ଦେଖୁ ଥାଅ 

    ମୋର ସର୍ବ କର୍ମ, ଧର୍ମ, ଗତିବିଧି,

କ୍ଳାନ୍ତ ଶରୀର ଧରି ବାହୁଡି ଯାଏ ଯେବେ 

 ଶେଷେ ତୁମେ କର ମୋର ଶେଷ

    କାମନା ବାଞ୍ଛା ର ଅନ୍ତ ସିଦ୍ଧି।।

ଛୁଇଁବି ଛୁଇଁବି ବୋଲି ଅନ୍ତରରେ ଭାବେ

    କେବେ ତୁମକୁ ଛୁଇଁ ପାରେନା 

ଯେବେ ଛୁଇଁବାକୁ ଆକଟ ରେ ଧାଏଁ

   କେବେ ତୁମେ ମୋତେ ଦୟାକରନା ।।


ଶହସ୍ର ଭୁଜା ଥାଇ ଏତେ କୁଣ୍ଠିତ କାଇଁ

   କହିପାରିବ କି ଥରେ? 

ମରୁୁୁୁଭୂମି ସଦୃୃଶ ସିକ୍ତ କଣିକା ଟି 

 ସ୍ନେହ ମମତା ଶ୍ରଦ୍ଧା ଦିବ୍ୟ ଆଲିଙ୍ଗନ

ପାଇବ କି କେବେ ତୁମ 

    ଭିକ୍ଷା ପ୍ରେମର ଅନୁୁରାଗ ଭରେ ? ।।


କୃପାସିନ୍ଧୁ ତୁମେ କଳା ଅମ୍ବୁଦ ସଦୃଶ

ହୋଇ ଯେବେ ମୋ ଜୀବନେ ଘଟେଇ ଆସ ,

 ମୋ ଶରୀର କଣ୍ଟକିତ ବୃୃୃକ୍ଷେ 

ମୂର୍ମୁଷି ଯାଉଥିବା କଅଁଳ କୁସୁମ ଟି

  ଆବେଗିକ ହୋଇ ଧିରେ ଧିରେ ହୁଏ ପ୍ରସ୍ଫୁଟିତ।।


କାଞ୍ଚନ ର ପ୍ରାୟ ଏହି ଜୀବନ ମୃତ୍ତିକା

ତୁମ ରଙ୍ଗ ବିନା ପ୍ରାୟ ହୋଇ ଯିବ ଫିକା,

 ମରୁଭୂମି ମରିଚିିିକା ଏ ଜୀବ ସମ୍ପୂର୍ଣ୍ଣ

ତୁମ ପ୍ରୀତି ର ବର୍ଷାରେ ସେ ହୋଇବ ସ୍ନାନ ସମ୍ପୁର୍ଣ୍ଣ।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics