STORYMIRROR

SUSMITA MISHRA

Classics

3  

SUSMITA MISHRA

Classics

ପ୍ରେମର ପରିଭାଷା🌹💕🌹💕🌹

ପ୍ରେମର ପରିଭାଷା🌹💕🌹💕🌹

2 mins
140


ପ୍ରଜାପତି ଟି ଆସି,ବସିଲା ହସି ହସି,

ଗୋଲାପ ଉପର,ଗୋଲାପ ଉପର,

ଚୁମି ଚୁମି ଗଲା ତାର, ଗୋଲାପୀ ଅଧର,

ପ୍ରୀତି ପରଶ ପାଇ, ହେଲା ପୁଲକିତ,

ଗୋଲାପ ଶରୀର, ଗୋଲାପ ଶରୀର।


ହୃଦୟ ତାହାର ହେଲା ହର୍ଷିତ,

ହେଲେ ମନେ ମନେ ହୋଇ ଗର୍ବିତ,

ଅନ୍ୟ ଫୁଲରେ କରି ଇର୍ଷିତ,

ପଚାରିଲା ହୋଇ ମିଛେ ଲଜ୍ଜିତ,

ହେ ପ୍ରିୟତମ ପ୍ରଜାପତି ମୋର,

ରୂପ ଅଟେ ମୋର ଅନିନ୍ଦ୍ୟ ସୁନ୍ଦର।


ବାସ୍ନା ମୋର ଅତ୍ୟନ୍ତ ସୁରଭିତ,

ସେ ବାସ୍ନା ପାଇ, ବିରହୀ ର ମନ,

ହୁଏ ବିଧଗ୍ଧିତ,ହୁଏ ବିଧଗ୍ଧିତ,

ବାସ୍ନା ରେ ମୋର,ପ୍ରେମୀ ଯୁଗଳ ମନ,

ହୁଏ ଉତଫୁଲ୍ଲିତ,ହୁଏ ଉତଫୁଲ୍ଲିତ।


ତଥାପି କାହିଁ ହୁଅ,ଏ ଫୁଲରୁ ସେ ଫୁଲର,

ନିଜ ସହଚରୀ ସଭିଙ୍କୁ କିମ୍ପାଇଁ କର,

ହସିକି ପ୍ରଜାପତି କହେ, ପ୍ରାଣସହି ଶୁଣ ମୋର,

ମୋ ଇଚ୍ଛା ରେ କରେ ନାହିଁ ଏ ବ୍ୟବହାର,

ଏ ତ ଭଗବାନ ଦତ୍ତ ଅଟେ କର୍ମ ମୋହର ,

ଏ କର୍ମ ପାଇଁ ଫୁଲ ଫଳେ ଭରା,ଏ ସଂସାର।


ଶୁଣ ପ୍ରିୟତମା, ପ୍ରେମର ପରିଭାଷା,

ପ୍ରେମ ନୁହେଁ କତ୍ସିତ ଚିନ୍ତାଧାରା,ନୁହେଁ ନରାଶା,

ଏ ତ ଅଟେ ଏକ ବିଶ୍ୱାସ, ଏକ ଭରୋସା,

ପ୍ରେମ ନୁହେଁ ଏକ କାମନା ବାସନା,

ଏ ନୁହେଁ ହୀନ ଭାବନା, ହୀନ ଭାବନା।


ମାଆ ମମତା ରେ,ପିତା ସଂସ୍କାରେ,

ଭାଇ ଆହ୍ଲାଦରେ,ଭଉଣୀ ସ୍ନେହରେ,

ପରିବାର ଏକତାରେ, ପରିଜନ ଆକଟରେ,

ମିତ୍ରର ମିତ୍ରତା ରେ,ଶତୃ ର ଶତୃତା ରେ,

ପତିର ପ୍ରଣୟ ରେ,ପତ୍ନୀ ର ବିଶ୍ୱାସ ରେ,

ସବୁଠିଁ ଥାଏ ପ୍ରେମ ହିଁ ପ୍ରେମ,ପ୍ରେମ ହିଁ ପ୍ରେମ।


ପ୍ରେମ ତ ଅଟେ ଏକ ଗହନ ବନ,

ପ୍ରେମ ପାଇଁ ନିର୍ଜନ ହୁଏ ଉପଵନ,

ପ୍ରେମ ତ କରେ,ଦାନବ କୁ ଭଗବାନ,

ପ୍ରେମ ଯେ ଅଟେ ଶାଶ୍ୱତ ଚିରନ୍ତନ,

ପ୍ରେମ ପାଇଁ ପର ହୁଏ ଆପଣାର,

ପ୍ରେମ ପାଇଁ ସ୍ନେହ ମମତାରେ ଭରା,

ଏ ସଂସାର, ଏ ସଂସାର,ଏ ସଂସାର।


ଜୀବନରେ କଟିଯାଏ କଟୁତା,

ପ୍ରେମ ପାଇଁ ବଢ଼େ ବନ୍ଧୁତା,

ଏ ନୁହେଁ ଏକ ମାନସିକ ବିକାର,

ନୁହେଁ ଇଏ ଏକ କୁ ବିଚାର,

ନୁହେଁ ଇଏ ଏକ ମୃଗତୃଷ୍ଣା,

   ନୁହେଁ ଇଏ ଏକ କାମୁକ ତୃଷ୍ଣା,

ଏ ତ ଅଟେ ମମତ୍ୱର ତୋଫା ଜ୍ୟୋତ୍ସ୍ନା,

କରୁଣ ହୃଦୟ ର ସୁଗନ୍ଧିତ ବାସ୍ନା,

ପ୍ରେମ ପାଇଁ ଜାଗ୍ରତ ହୁଏ ସଦଭାବନା,

ସଦଭାବନା ଠାରୁ ପାଏ ସତକର୍ମ ପ୍ରେରଣା।


ବାକି ରହିଲା ତୁମ କଥା, 

   ଛାଡ ପ୍ରିୟା ମନୁ ବ୍ୟଥା,

ଯେପରି କୋଟିଏ ତାରାରେ,

   ଗୋଟିଏ ଚାନ୍ଦ ରାଣୀ,

ସେପରି ଥିଲେ ଷୋଳ ସହତ୍ସ୍ରେ,

    ଗୋଟାଏ ରାଧା ରାଣୀ

ସେ ଥିଲେ କୃଷ୍ଣଙ୍କର,ହୃଦୟ ରାଣୀ,

ସେ ହିଁ ବୁଝୁଥିଲେରେ, କୃଷ୍ଣଙ୍କ ବାଣୀ ।


ତେଣୁ ହେ ପ୍ରିୟତମା ମୋର,

  ଛାଡ଼ ଏ ଈର୍ଷ୍ୟା ଦ୍ଵେଷ ତୁମର,

ରହିବା ପ୍ରେମରେ ,ଗାଇଣ ଗୀତ,

ପ୍ରେମରେ କରିବା ବିଚାର ଉଚିତ,

ଗାଇ ଗାଇ ରାଧା କୃଷ୍ଣଙ୍କର,

   ପ୍ରେମମୟ ଜୀବନ ଚରିତ,

 ଆସ ପ୍ରିୟ ପ୍ରିୟତମା ମୋର,

ସୁଖ,ଶାନ୍ତି, ପ୍ରେମ ର ବାର୍ତ୍ତା ରେ,

ଭରି ଦେବା ସାରା ସଂସାର, ସାରା ସଂସାର।


  





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics