STORYMIRROR

Dr.Sashi Bhushan Mohapatra

Classics

3  

Dr.Sashi Bhushan Mohapatra

Classics

ରଜ

ରଜ

1 min
10.8K

ଆକାଶର ଡାକ

ସୂର୍ଯ୍ୟର ଆଲୋକ

ପବନର ଚଳନ

ମୈାସୁମିର ଆଗମନ

ସବୁ ସ୍ଥିର ହୋଇଥାଏ।

ସବୁ ସ୍ଥିର ହୋଇଥାଏ ଧରଣୀ ଗର୍ଭରେ

ମାଟିରେ ଜୀବନ ଜନ୍ମିବ କେମିତି

ଜନ୍ମ ଜନ୍ମାନ୍ତର।


ସେଥିପାଇଁ ମାଟି ହୁଏ ରଜଶ୍ୱଳା

ପ୍ରସ୍ତୁତ ହୁଏ ମାଟି ମା'ର ଗର୍ଭ

ତା' ଉପରେ କର୍ଷଣ

ଆକାଶର ବର୍ଷଣ,

ମାଟି କୋଳରେ ଜୀବନ ଖେଳେ

ସେଥିପାଇଁ ମାଟି ମା'।


ମାଟି କେବେ ଫାଟି ହୁଏ ଆଁ

ଧୋଇଯାଏ ମାଟି,ଭାସି ଯାଏ ଗାଁ

ପାଣି ପାବାନ କେହି ହୁଅନ୍ତିନି ସାହା

ସେତେବେଳେ ମଣିଷର ଦେହ ଥରେ

ଲୁହ ଝରେ,ଜୀବନ ଡାକେ

ହେ ଈଶ୍ୱରୀ,ହେ ମାଟି ମା'

ତୁ ହି କେବଳ ଚିରକାଳ ସାହା

ତୁ ଏକା ଭରସା ସମସ୍ତଙ୍କ ମା'।


ଜୀବନ ବୀଜର ମୋହରେ

ମାଟି ଡାକେ ହେ ଆକାଶ

ବର୍ଷା ଦେ ,ଆଲୁଅ ଦେ

ହେ ମୈାସୁମି ମୋତେ ଛୁଁ

ମୋ ହାତରେ ପ୍ରଣୟ ଚିଠି

ଆସ ମୁଁ କୁଂଢାଇ ଦେଇ ଜନ୍ମ ଦେବି

ମୁଁ ଜୀବନ ଦାତ୍ରୀ ମାଟି ମା'।


ମାଟି ଜୀବନରେ ମହକ ଭରେ

ହସ ଝରାଏ,ଫୁଲ ଫୁଟାଏ

ଝୁଲଣରେ ଝୁଲାଏ

ଜୀବନକୁ ଅମୂଲମୂଲ କରେ।

ମା'ର କିଏ ମୂଲ ଦେବ

ମାଟିର ବା କିଏ ମୂଲ କରିବ

ସେଥିଲାଗି ମାଟି ମା'ପାଇଁ 

ବର୍ଷକରେ ଥରେ ରଜ ପାଳନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics