Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Sashi Bhushan Mohapatra

Romance

4.5  

Dr.Sashi Bhushan Mohapatra

Romance

ପ୍ରେମ ରଙ୍ଗ

ପ୍ରେମ ରଙ୍ଗ

1 min
180



ପ୍ରେମର ରଙ୍ଗ

ହୋଲିର ରଙ୍ଗ ନୁହେଁ

କି ଫୁଲର ରଙ୍ଗ ଭଳି ନୁହେଁ

ଅଧର ପରି ଲାଲ ନୁହେଁ

ଚିତ୍ରିତ ପ୍ରଜାପତି ପରି, କିମ୍ବା

ଇନ୍ଦ୍ରଧନୁ ଭଳି ସପ୍ତବର୍ଣ୍ଣା ନୁହେଁ |


ହଳାହଳ ବିଷକୁ ପାନ କରିଲେ

ଯେଉଁ ରଙ୍ଗ ଉକୁଟି ଉଠେ

ସେହି ରଙ୍ଗ ପ୍ରେମର ରଙ୍ଗ,

ତାହା ଶିବଙ୍କ କଣ୍ଠ ବର୍ଣ୍ଣ

ତାହା କୃଷ୍ଣ ବର୍ଣ୍ଣ

ଠିକ ସେହି ବର୍ଣ୍ଣ

ଯାହା ନୀଳିମା କରିଛି ଆକାଶକୁ

ନୀଳ କରିଛି ସାଗରକୁ |


ତା' ବି ପ୍ରେମ ରଙ୍ଗ

ଯାହା ଦୀପଟିଏ ପରି

ଘନ ଅନ୍ଧାରକୁ ଝଲସାଏ

ଯାହା ଅଗ୍ନି ପରି

କାମନାର ଆକାଂକ୍ଷାକୁ ଦହନ କରେ,

ସୂର୍ଯ୍ୟ ଉଇଁଲେ

ଯେଉଁ ରଙ୍ଗ ପୃଥିବୀକୁ ରଙ୍ଗମତୀ କରେ

ଯେଉଁ ରଙ୍ଗ ମୋତେ ଓ ତୁମର

ପ୍ରାଣ ସତ୍ତାକୁ ଜାଗ୍ରତ କରେ |


ପ୍ରେମ ସେହି ରଙ୍ଗ

ମନ ଆକାଶରେ ନେସି ହେଲେ

ଆତ୍ମା ପରମାଆତ୍ମାର ରଙ୍ଗ ଏକା ଦିଶେ |



Rate this content
Log in

Similar oriya poem from Romance