STORYMIRROR

Dr.Sashi Bhushan Mohapatra

Romance

4  

Dr.Sashi Bhushan Mohapatra

Romance

ଆଶ୍ରିତ

ଆଶ୍ରିତ

1 min
221


ଭଲ ପାଏ ବୋଲି ତ

ନିର୍ମେଘ ଆକାଶ ପରି

ମନ ନିର୍ମଳ

ଶୂନ୍ୟ ଶୂନ୍ୟ ମହାଶୂନ୍ୟ ପରି

ମୋ ଭିତର ବିକାର ଶୂନ୍ୟ |


ପ୍ରେମରେ ସବୁକିଛି ସମ୍ଭବ ବୋଲି

ତୋ ଭିତରକୁ ପଶିଯାଇଛି

ତୋ ଭିତରେ ଯାହା ଦେଖୁଚି

ମୋ ଭିତରେ ତାହା

ତାହା ବିଶୁଦ୍ଧ ପ୍ରେମ

ତେଣୁ ତୋ ହୃଦୟରେ ମୁଁ

ମୋ ହୃଦୟରେ ତୁ ବିରାଜମାନ |


ତୁ ମୋ ମନକୁ

ମୁଁ ତୋ ମନକୁ ଛୁଇଁଛି ବୋଲି

ଏତେ ବିହ୍ୱଳପଣ

ପ୍ରେମର ଭାବ ଛୁଇଁଛି ଯେଣୁ

କଦମ୍ବପରି ଫୁଟିଛି ଦେହ

ପକ୍ଷୀ ପରି ଗୀତ ଗାଉଛି ମନ

ଉଲ୍ଲସିତ ହେଉଛି ପ୍ରାଣ

ଏକଲାପଣ ଘାରୁନି ଏତେ

ଯେଣୁ ତୁ ମୋର ଏବଂ ମୁଁ ତୋର ପ୍ରେମ |


ଏତେ ପ୍ରେମମଗ୍ନ ବୋଲି

ମୋ ଦେହର ଧମନୀରେ

ତୁ ଗୋଟେ ପ୍ରେମର ନଈ

ସେ ନଈର ପୋଷଣରେ

ମୁଁ ଜୀବନ ଜୀଇଁଛି,

ତୁ ଯେମିତି ମୋ ବିଶୁଦ୍ଧ ପ୍ରେମ

ମୁଁ ସେମିତି ତୋ ହୃଦୟ ସିଂହାସନ

ଦେହ ମନ ପ୍ରାଣ ସମର୍ପି ଦେଇଛି

ମୋ ପାଖରେ ଆଉ କିଛି ନାହିଁ

କିଛି ବି ଲୋଡ଼ା ନାହିଁ

ତୁ ଏକା ମୋର ସକଳ ବନ୍ଧନ

ତୋ ସାଙ୍ଗେ ଏହା ଥାଉ ଜନ୍ମଜନ୍ମାନ୍ତର |


ଭଲପାଏ ବୋଲି ତ

ଡେଇଁ ପଡ଼ିଛି ପ୍ରେମ ଯମୁନାରେ

ଉଦ୍ଧରିନେ ମୋତେ

ମୁଁ ମୀନଟିଏ ତୋ ପ୍ରେମ ଜାଲରେ

ମୁଁ ଆଉ ମୁଁ ହୋଇ ନାହିଁ

ତୁ ଏକା ମୋର

ଜନ୍ମକୁ ଜନ୍ମ ଡେଇଁ ସବୁ ଜନ୍ମରେ

ମୁଁ ଆଶ୍ରିତ ତୋ ପ୍ରେମର |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance