STORYMIRROR

Dr.Sashi Bhushan Mohapatra

Inspirational

4  

Dr.Sashi Bhushan Mohapatra

Inspirational

ରଙ୍ଗ

ରଙ୍ଗ

1 min
233


ଦେହ ଗୋଟେ ରଙ୍ଗର ସ୍ତବକ

ମନ ଗୋଟେ ରଙ୍ଗର ଉଡ଼ାଣ

ପ୍ରେମ ଏକ ରଙ୍ଗର ପାର୍ବଣ

ସମ୍ପୁର୍ଣ୍ଣ ସତ କଥା ଯେ

ରଙ୍ଗ ହିଁ ଜୀବନ |


ଆକାଶ ନୀଳ ରଙ୍ଗ

ପୃଥିବୀ ସବୁଜ ରଙ୍ଗ

ସ୍ୱପ୍ନ ଯେତେ ସ୍ୱର୍ଣ୍ଣ ମୃଗ ପରି

ଏଇ ଥିବା ଏଇ ନଥିବା ରଙ୍ଗ,

ଦେହ, ମନ,ପ୍ରାଣକୁ

ପ୍ରେମ ରଙ୍ଗରେ ରଙ୍ଗ ଦେଲେ

ଜୀବନର ନଈ କୂଳେ

କଦମ୍ବ ଫୁଲ ଫୁଟେ |


ରୂପରେ ସେ ତ' ଅରୂପ

କ’ଣ ବା ତା' ରଙ୍ଗ

ସେ ତ' ଆଲୋକ, ସେ ବି ଅନ୍ଧାର

ଦେହେ ଦେହେ ସେ

ମନରେ ମନରେ ସେ

ତା' ପ୍ରେମ ହିଁ ରଙ୍ଗ

ତା' ରଙ୍ଗ ହିଁ ପ୍ରେମ,

ନିରଙ୍ଗ ବି ହୋଇପାରେ

କିନ୍ତୁ ଦେହେ ଦେହେ ନେସି ଦିଏ |


ନିଜକୁ ସମର୍ପି ଦେଲେ

କାୟା ମନ ସମ୍ପୁର୍ଣ୍ଣ ରଙ୍ଗମୟ ହୁଏ,

ତାହା ସେହି ଜୀବନର ରଙ୍ଗ

ଯେଉଁ ରଙ୍ଗରେ ସେ ଓ ମୁଁ ଏକ ଦେଖାଯାଏ


ସେହି ରଙ୍ଗ ପବନରେ ଉଡୁଛି

ପାଣିରେ ଫେଣ୍ଟି ହୋଇ ରହିଛି

ମାଟିରୁ ଉକୁଟି ଉଠୁଛି

ସେହି ରଙ୍ଗର ରାଜୁତି ସବୁଠି,

ତୁମେ ଆସ ନେସି ହୁଅ

ମୁଁ ବି ନେସି ହେବା ପାଇଁ

ପବନରୁ, ପାଣିରୁ, ମାଟିରୁ

ସେ ରଙ୍ଗ ସାଉଣ୍ଟୁଛି |

*******************


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational