Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Sashi Bhushan Mohapatra

Fantasy

2  

Dr.Sashi Bhushan Mohapatra

Fantasy

ତୁମର କ’ଣ ଦରକାର

ତୁମର କ’ଣ ଦରକାର

1 min
124



ମୋର ପ୍ରାଣମୟ ଦେହଟିଏ ଅଛି

ଆହୁରି ସୁନ୍ଦର ହୃଦୟଟିଏ ଅଛି

ଆକାଶ ଉଡ଼ାଣ ମନଟିଏ ଅଛି 

ଆତ୍ମା ବି ରହିଛି

ତୁମର କ’ଣ ଦରକାର ?


ଦେହରେ କ’ଣ ଅଛି

ରକ୍ତ ମାଂସ ହାଡ଼ ବ୍ୟତୀତ ?

ଘା' ହେଲେ ଦେହରୁ ପୂଜ ବାହାରେ

ଦେହ ତ ନଶ୍ୱର

ଜୀବନର ଆଧାର

ତଥାପି ଦେହ ସାନିଧ୍ୟ ପାଇଁ

ତମେ ଏତେ ପାଗଳ କାହିଁକି ?


ହୃଦୟରେ କ’ଣ ଅଛି

ଭଲ ପାଇବା, ଘୃଣା ବ୍ୟତୀତ?

ହୃଦୟ ଭାଙ୍ଗି ଗଲେ

କେଉଁଠି ଯୋଡ଼ି ହୋଇଯାଉଛି ତ

କେଉଁଠି ଗୁମୁରି ଗୁମୁରି କାନ୍ଦୁଚି

ତଥାପି ହୃଦୟ ଦିଆ ନିଆରେ

ଏତେ ଯୁଦ୍ଧ ହେଉଛି କାହିଁକି ?


ମନରେ ଏମିତି କ’ଣ ଅଛି

କାମନା ବାସନା ଚିନ୍ତନ ଛଡ଼ା?

ମନ ପୋଡ଼ିଗଲେ ମନଟିଏ ମରିଯାଏ

ମନ ସହ ମନ ଯୋଡ଼ିଦେଲେ

ଇଛା ସବୁ ପକ୍ଷୀପରି ଉଡ଼େ,

ମନ ଉପବନ, ମନ ବି ମନ୍ଦିର

ତେବେ ଭାବନା ଏତେ ବିଷମୟ କାହିଁକି ?


ଆତ୍ମା ଏମିତି କ’ଣ କି

ବ୍ରହ୍ମମୟ ଚେତନା ବ୍ୟତୀତ?

ଆତ୍ମା ତ ପରମାତ୍ମାର ଅଂଶଟିଏ

ତାକୁ ନଚିହ୍ନି ପାରିଲେ

ଜୀବନ ଅନ୍ଧକାରମୟ ହୁଏ

ଆତ୍ମା ତ ଅବିନାଶୀ, ଚିରନ୍ତନ

ଦେହ ମନ ହୃଦୟରେ

ଆତ୍ମା ପରମାତ୍ମାର କରୁଛି ଜୟଗାନ ।


ମୋ ଠି ସେହି ଚେତନା ରହିଛି

ସେହି ଆତ୍ମାଧାରୀ 

ଦେହ, ମନ, ହୃଦୟଟିଏ ଅଛି

ତୁମର କ’ଣ ଏସବୁ ଦରକାର?



Rate this content
Log in

Similar oriya poem from Fantasy