STORYMIRROR

BHAGABANA NAIK

Tragedy Fantasy

5  

BHAGABANA NAIK

Tragedy Fantasy

ଲୋଡ଼ାନାହିଁ ଜନ୍ମ

ଲୋଡ଼ାନାହିଁ ଜନ୍ମ

1 min
382


ଜନ୍ମ ଦେଇ କର୍ମେ ମୋର ବାନ୍ଧିଦେଲ ହାତ, 

ସଂସାର ସାଗରେ ପ୍ରଭୁ ପାଉନାହିଁ କାତ। 


ମାଡିଆସେ କଳାମେଘ ଘୁଘୁ ନାଦ କରି, 

ଉଠଇ ଝଡବତାସ ଛାତି ଯାଏ ଥରି। 


କେତେ ଆଶା, ଆକାଙ୍କ୍ଷାର ଦେଖାଇଣ ସ୍ବପ୍ନ, 

ମର୍ତ୍ତ୍ୟକୁ ମାନବ ରୂପେ କରିଲ ପ୍ରେରଣ। 


ଶ୍ରେଷ୍ଠଜୀବ ଉପାଧିଟି ଦେଲ କି କାରଣେ? 

ଚକ୍ରବ୍ଯୁହେ ପଡିଅଛି ଅଭିମନ୍ୟୁ ଯେହ୍ନେ। 


ଲୋଡାନାହିଁ ଇଚ୍ଛାମୃତ୍ଯୁ ପିତାମହ ପରି, 

ଷଡରିପୁ ଶର ସଦା ଧରିଛି ଆବୋରି।


ସୁନା ହରିଣିରେ କି ଲାଭ ମର୍ଯ୍ୟାଦା ପୁରୁଷେ? 

ବ୍ୟାଧ ଶର ଯହିଁ ମୃଗ କର୍ଣ୍ଣ ଭାବି ନାଶେ। 


ଅଷ୍ଟାଦଶ ଦୋଷ ସଦା କରେ ଅସ୍ତବ୍ୟସ୍ତ, 

ସତ୍ଯ,ଶାନ୍ତି,ଦୟା,କ୍ଷମା ହୁଅଇ ବିସ୍ମୃତ। 


ଲୋଡାନାହିଁ ଧନରତ୍ନ,ଜାୟା, ଯଉବନ, 

ନ ଇଚ୍ଛଇ ପୁତ୍ରକନ୍ଯା, ଲୋଡ଼ାନାହିଁ ଜନ୍ମ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy