STORYMIRROR

BHAGABANA NAIK

Tragedy Inspirational

3  

BHAGABANA NAIK

Tragedy Inspirational

ବୁଝିବ କେମିତି !

ବୁଝିବ କେମିତି !

2 mins
422

ଝାଟିମାଟିର ଦଦରା ଚାଳଘର

ବାଆ ବତାସକୁ ତିଳେ ନ ଥିଲା ଡର

ଚେରମୂଳି ଔଷଧରେ ଛାଡୁଥିଲା ଜର

ଦୁଃଖେସୁଖେ ଚଳୁଥିଲା ସୁନାର ସଂସାର

ବୁଝିବ କେମିତି

ଏବେତ ବଦଳି ଯାଇଛି ସେଇ ଦୁଃଖପୂର୍ଣ୍ଣ ପରିସ୍ଥିତି। 


 ପେଟକୁ ମିଳୁନଥିଲା ଦୋଓଳିର ଦାନା

ଦେହକୁ ନ ଥିଲା ଖଣ୍ଡିଏ ଭଲ କନା

ଗଣିତର ଚାରିସୂତ୍ର ହେଇଥିଲା ଆନମନା

ପ୍ରଚେଷ୍ଟା ସତ୍ତ୍ବେ ଭୁଲ୍ ହେଉଥିଲା ସଠିକ୍ ଭାବନା

ବୁଝିବ କେମିତି

ଏବେତ ବଦଳି ଯାଇଛି ଯନ୍ତ୍ରଣାଦାୟକ ପରିସ୍ଥିତି।


ବନ୍ୟା,ମରୁଡି,ଅନିଯୁକ୍ତିର କ୍ରୁର ପରିହାସ

ଶିକ୍ଷା,ସ୍ବାସ୍ଥ୍ୟ,ଜୀବିକାକୁ କରିଥିଲା ଗ୍ରାସ

ଭାଙ୍ଗି ଯାଇଥିଲା ମେରୁଦଣ୍ଡ,ତୁଟିଥିଲା ବିଶ୍ବାସ

ପଡି ଉଠି ଚାଲିବାରେ ଅଟକି ଯାଉଥିଲା ନିଶ୍ବାସ

 ବୁଝିବ କେମିତି

କିପରି ଥିଲା ସେଇ ଲୁହଭରା କରୁଣ ପରିସ୍ଥିତି! 


ସାହୁକାର ମହାଜନ ଶୋଷୁଥିଲେ ରକ୍ତ

 ଖଣ୍ଡିଉଡା ଦେଇନଥିଲ,ମୋତେ ଗ୍ରାସିଥିଲା ପକ୍ଷାଘାତ

ଜୀଇଁବାର ଆଶାଦୀପ ହେଉଥିଲା ଅସ୍ତବ୍ୟସ୍ତ

ତଥାପି ସଂଗ୍ରାମ ମୋର ଚାଲୁଥିଲା ଅବିରତ

ବୁଝିବ କେମିତି

କେମିତି ଥିଲା ସେଇ ଯନ୍ତ୍ରଣାଦାୟକ ପରିସ୍ଥିତି ! 


ଜିଣିଥିଲି ବୋଲି ଏହି ଜୀବନ ସଂଗ୍ରାମେ

ପରିଶ୍ରମର ଫଳ ଏବେ ଭୋଗୁଅଛ ତୁମେ

ଗର୍ବ,ଦମ୍ଭ,ଅହଂକାରୀ ହେଉଛ ଏ ଦିନେ

ଏବେ ବି ସମୟ ଅଛି,ବୁଝିଯାଅ ମନେ

ବୁଝିଯା' ଏତିକି

 ଫେରିବନି ପୁଣି ସେଇ ଯନ୍ତ୍ରଣାଦାୟକ ପରିସ୍ଥିତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy