STORYMIRROR

Kishore Nayak

Tragedy

4  

Kishore Nayak

Tragedy

"ଭାଗ୍ୟ "

"ଭାଗ୍ୟ "

1 min
109

ସୁପ୍ତ ହୋଇଯାଏ      ଜୀବନ ଜାତକ 

        ନିର୍ବିକାର ହୁଏ ଲଗ୍ନ 

ଭାଗ୍ୟ ଏଠି କାଇଁ     ହୀନ କପାଳରେ 

        ବାରମ୍ବାର ହୁଏ ଭଗ୍ନ ll

ରାଶି ହୋଇଯଏ      ଦୁର୍ବଳ ନିର୍ବଳ 

       ଭାଗ୍ୟତ ହୁଏନି ଟାଣ 

ସ୍ବପ୍ନ ସବୁ ଏଠି       ହାହୁତାଶରେ 

       ବିଚଳିତ କରେ ପ୍ରାଣ ll

ଭାଗ୍ୟ କରେ ପୁଣି     ସବୁଠି ବଞ୍ଚିତ 

       କ୍ଷୁର୍ଣ୍ଣ କରେ ଅଧିକାର 

ଆଶା କରୁଥାଏ      ତାକୁଇ ମଣିଷ 

       ଯାହା ନାହିଁ ମିଳିବାର ll

ଯାହା ପାଇଁ ଯାହା     ମିଳିବାର ଅଛି 

        ତାକୁଇ ମିଳିବ ତାହା 

ଭାଗ୍ୟକୁ ନିନ୍ଦିଲେ     କି ଅବା ହୋଇବ 

       କପାଳରେ ନାହିଁ ଯାହା ll

ବିଧିର ବିଧାନ       ବଡ ଦାରୁଣରେ 

       ସେଠି ନାହିଁ ଦୟା ମାୟା 

ମଣିଷ ବୁଝେନି      ନିୟତିର ଗତି 

       ମାୟାରେ ହୋଇଣ ବାୟା ll

ସେ ପାଇଁ ମଣିଷ     ସୁଖ ଦୁଃଖ ଭୋଗେ 

       ସଂସାର ବନ୍ଧନେ ପଡି 

ରକ୍ତ ମାଉଁସରେ     ଗଢ଼ା ଏ ଶରୀର 

       ମୋହକୁ ପାରେନି ଛାଡି ll   

ଆଶା ଅସୁମାରୀ     ଜୀବନ ବାଟରେ 

       ରହିଯାଏ ଅବଶୋଷ 

ଦୁଃଖ ଯାତନାର     ଯନ୍ତ୍ରଣା ବହ୍ନିରେ 

      ଜୀବନଟା ଲାଗେ ବିଷ ll

କର୍ମ ଘେନି ଫଳ     ବିଧିର ଦୁଆରେ 

       ଏଇତ ସଂସାର କଥା 

କର୍ମର ଛାଞ୍ଚରେ      ମଣିଷର ଭାଗ୍ୟ 

       ଗଢଇ ଏଠି ବିଧାତା ll

କର୍ମ ବଳେ ନର     ସୌଭାଗ୍ୟ ଲଭଇ 

       ପାଏ କେତେ ଆଶୀର୍ବାଦ 

ଏଇ କର୍ମ ପୁଣି      କାହା ଜୀବନରେ 

       ଚଖାଏ ଶାପର ସ୍ୱାଦ ll

ଜୀବନଟା କେବେ    ଅଭିସମ୍ପାତରେ 

       ଯୁଝି ଯୁଝି ହୁଏ ଶେଷ ll

ମଣିଷ ପଚାରେ     ନିଜକୁହିଁ ପ୍ରଶ୍ନ 

      ଏ କଣ ଭାଗ୍ୟର ଦୋଷ? ll

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy