କଳ୍ପନାର ମୋହ
କଳ୍ପନାର ମୋହ
ଶୂନ୍ୟ ଆକାଶର
ବିସ୍ତୃତି ଭିତରେ
କଳ୍ପନାର ସ୍ବପ୍ନ ରାଜି
କେବେ ଗଢିଦିଏ
ସୁନାର ମହଲ
କେବେ ଶୂନ୍ୟରେ ଯାଏ ସେ ହଜି l
କେବେ ଆଙ୍କିଦିଏ
ମନ ମଗଜରେ
ସପ୍ତରଙ୍ଗି ଇନ୍ଦ୍ରଧନୁ
କେବେ ଭାବିନିଏ
ତେଜ ଓ ଧୃତିରେ
ସତେକି ଉଦିତ ଭାନୁ l
ନିଶ୍ଚିନ୍ତ ନିଦ୍ରାର
ଅଚିନ୍ତା ଶୟନେ
ମାଦକତା ଦିଏ ଭରି
କେବେ କେବେ ପୁଣି
ମନ ଯାନେ ବସି
ବୁଲିଆସେ ଇନ୍ଦ୍ରପୁରୀ l
ସ୍ୱପ୍ନ ମଦିରାରେ
 
; ବାନ୍ଧିଦିଏ କେବେ
ସ୍ୱର୍ଗକୁ ନିଶୁଣୀଟିଏ
ନିଜ ପରିଚୟ
ହଜାଇ ନିଜକୁ
ପଚାରଇ ମୁଁ' କିଏ l
ନିଜ ଭାବନାରେ
ନିଜେ ହିଁ ନିଜର
ଦେଖାଏ କ୍ଷମତା ବଳ
ସବୁ ସାମର୍ଥ୍ୟର
ଶେଷ ପରିଣତି
ଅଟେ ମହାକାଳ ଫଳ l
କଳ୍ପନାର ମୋହ
ଭରିଦିଏ ମନେ
କେତେଯେ ଉନ୍ମେଷ ଆଶା
ବାସ୍ତବତା କିନ୍ତୁ
ସବୁ ଫାଙ୍କା ଫାଙ୍କା
ବାଇଚଢେଇର ବସା l