STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ଜାଗର ରାତି

ଜାଗର ରାତି

1 min
178



ଜାଗର ରାତି ଆସିଛି ସଖି

ଯିବା ଲୋ ଶିବ ମନ୍ଦିର

ଦର୍ଶନ କରିବା ଧନ୍ୟ ହୋଇଯିବା

ଦେଖିବା ଭୋଳା ଶଙ୍କର ।

 

ସବୁ ଦୁଃଖ ହରି ନେବେ ହର

କୈଳାସ ପତି ସେ ଯୋଗେସ୍ୱର

ଯିଏ ଶିବଙ୍କ ଶରଣ ପଶିଛି

ଶିବ କରୁଣା କୁ ସେହି ତ ଲଭିଛି ।


ମହାପବିତ୍ର ଏ ରାତି ଆଜି

ଯିବା ଲୋ ଶିବ ମନ୍ଦିର

ଶିବଙ୍କ ରୂପ ଆମେ ଦେଖିବା

ଗାଇବା ଶିବ ପଞ୍ଚାକ୍ଷର ।


ହଳା ହଳ ବିଷ ଶିବ ପାନ କଲେ

ଜଗତ ପାଇଁ ସେ ନୀଳ କଣ୍ଠ ହେଲେ

ଅଳ୍ପରେ ସନ୍ତୁଷ୍ଟ ହୋଇ ସେ ଯାଆନ୍ତି

ଭକତ ମନ ଜାଣି ସବୁ ତ ଦିଅନ୍ତି ।


ମହା ଦୀପ କୁ ଦର୍ଶନ କରିବା

ଯିବା ଲୋ ଶିବ ମନ୍ଦିର

କେତକୀ ଫୁଲ କୁ ଚଢାଇ ଦେବା

ଦେଇ ବେଲ ପତର ।


Rate this content
Log in

Similar oriya poem from Classics