STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ମା ଦଶଭୁଜା

ମା ଦଶଭୁଜା

1 min
369


ଦଶ ହରା ପର୍ବ ଧାରା କୁ ଆସିଛି

ମା ଦଶଭୁଜା ପୂଜା ସେ ପାଉଛି

ହରିନେବ ମୋର ବିପତ୍ତି

ଦେହେ ଦେବୁ ମୋ ଶକତି

ତୋର ବିନା ମୋର କେହି ନାହିଁ

ଜଗତ ରେ ଦୁଃଖ ନେବ ଦୁରେଇ

ଅନେକ ଆଶା ନେଇ ତୋତେ ଡାକୁଛି

ମା ମୋ ସାହା ଭରସା ମନରେ ଭାବିଛି

କି ଦେଇ ମା ଗୋ ପୂଜା କରିବି

କେବଳ ବିଶ୍ୱାସ ତୋତେ କରିଥିବି

ତୋ ବିନା କେହି ନାହିଁ ମୋହର

ଯିଏ କରିବ ବିପତ୍ତି ରୁ ଉଦ୍ଧାର

କେତେ ବିପତ୍ତି ରୁ ତୁ ମା ରଖିଲୁ

ସୁର ନରକୁ ଭୟ ମୁକ୍ତ କରିଲୁ

ତୋତେ ଡାକିଲେ ଶତ୍ରୁ ଚାଲି ଯାଏ

ରୋଗୀ ବି ରୋଗ ରୁ ମୁକ୍ତି ପାଇ ଯାଏ

ମୁ ଯେ ଦୀନ ଅକିଞ୍ଚନ ସନ୍ତାନ ତୋହର

ରୋଗ ଶୋକ ରେ ବିତୁଛି ଜୀବନ ମୋହର

ତୋ ଚରଣେ ମୋତେ ମାଗୋ ରଖିବୁ

ସବୁ ରୋଗ ରୁ ମୋତେ ମୁକ୍ତ କରିବୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics