ମା ଦଶଭୁଜା
ମା ଦଶଭୁଜା
ଦଶ ହରା ପର୍ବ ଧାରା କୁ ଆସିଛି
ମା ଦଶଭୁଜା ପୂଜା ସେ ପାଉଛି
ହରିନେବ ମୋର ବିପତ୍ତି
ଦେହେ ଦେବୁ ମୋ ଶକତି
ତୋର ବିନା ମୋର କେହି ନାହିଁ
ଜଗତ ରେ ଦୁଃଖ ନେବ ଦୁରେଇ
ଅନେକ ଆଶା ନେଇ ତୋତେ ଡାକୁଛି
ମା ମୋ ସାହା ଭରସା ମନରେ ଭାବିଛି
କି ଦେଇ ମା ଗୋ ପୂଜା କରିବି
କେବଳ ବିଶ୍ୱାସ ତୋତେ କରିଥିବି
ତୋ ବିନା କେହି ନାହିଁ ମୋହର
ଯିଏ କରିବ ବିପତ୍ତି ରୁ ଉଦ୍ଧାର
କେତେ ବିପତ୍ତି ରୁ ତୁ ମା ରଖିଲୁ
ସୁର ନରକୁ ଭୟ ମୁକ୍ତ କରିଲୁ
ତୋତେ ଡାକିଲେ ଶତ୍ରୁ ଚାଲି ଯାଏ
ରୋଗୀ ବି ରୋଗ ରୁ ମୁକ୍ତି ପାଇ ଯାଏ
ମୁ ଯେ ଦୀନ ଅକିଞ୍ଚନ ସନ୍ତାନ ତୋହର
ରୋଗ ଶୋକ ରେ ବିତୁଛି ଜୀବନ ମୋହର
ତୋ ଚରଣେ ମୋତେ ମାଗୋ ରଖିବୁ
ସବୁ ରୋଗ ରୁ ମୋତେ ମୁକ୍ତ କରିବୁ ।