Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Abstract Classics Inspirational

3  

Sukadev Mahanta

Abstract Classics Inspirational

ଅମର ସହୀଦ ଭଗତସିଂହ ଜୟନ୍ତୀ

ଅମର ସହୀଦ ଭଗତସିଂହ ଜୟନ୍ତୀ

1 min
436


ଭାରତ ମାତାର   ସୁଯୋଗ୍ୟ ସନ୍ତାନ

  ଅମର ଶହୀଦ ଭଗତ ସିଂହ

ଶୁଭ ଜନ୍ମଦିନ   ପାଳିବା ତାଙ୍କର

   ଜଣାଇ ଲାଲ ସଲାମ ||


 ସେ ସୋସିଆଲିଷ୍ଟ      ରିପବ୍ଲିକାନ

   ଆସୋସିଏସନ ସଦସ୍ୟ ଥିଲେ

ତେଇଶ ବରଷେ     ଦେଶ ଲାଗି ହସି

     ଆତ୍ମମବଳୀ ଦେଇଗଲେ ||


ସିଏ କହୁଥିଲେ   ମଣିଷକୁ ତୁମେ

    ହତ୍ୟା କରି ଦେଇ ପାର

ତାର ଚିନ୍ତାଧାରା    ଅମର ରହିବ

     ହତ୍ୟା ଅସମ୍ଭବ ତାର ||


ଯେତେ ବଡ ହେଉ    ସାମ୍ରାଜ୍ୟ ତୁମର

      ଅଚୀରେ ଟଳି ପଡିବ

ଚିନ୍ତାଧାରା କିନ୍ତୁ      ମରି ପାରିବନି

    କାଳ କାଳ ରହିଥିବ ||

 

ଉଣେଇଶି ଶହନ   ଅଠାଇଶ ସନ

     ତ୍ରିଂଶ ଅକ୍ଟୋବର ଦିନ 

ଲାହୌର ଗସ୍ତରେ   ଆସିଥା'ନ୍ତି ଜାଣ

    ସାଇମନ୍ କମିସନ ||


ପଂଜାବ କେଶରୀ   ଲାଲା ଲଜପତ

      ଶାନ୍ତି ପୂର୍ଣ୍ଣ ବିକ୍ଷୋଭରେ

ବିପୁଳ ସଂଖ୍ୟକ   ଶୋଭାଯାତ୍ରୀଙ୍କର

    ଥିଲେ ନେତା ହିସାବରେ ||


କୁଆଡୁ ଆସିଲେ   ପୁଲିସ ବାହିନୀ

     ଜେମ୍ସ ଏ ସ୍କଟ୍ ଧରି    

 ଲାଲା ଲଜପତ   ତାଙ୍କ ଲାଠି ମାଡେ

     ଭୂତଳେ ପଡିଲେ ଟଳି||


ଡିସେମ୍ବର ମାସ   ଅଠର ତାରିଖେ

    ପ୍ରତିଶୋଧ ପରାୟଣ   

ତାଙ୍କ ଆକ୍ରମଣ   ଶିକାର ହୋଇଲେ

   ଜନ୍ ପି ସଣ୍ଡର୍ସ ଜାଣ ||


ଅଣତ୍ରିଂଶ ସନ    ଆଠ ଏପ୍ରିଲରେ

   ଦିଲ୍ଲୀ ସେଣ୍ଟ୍ରାଲ ଆସେମ୍ବି

ବୋମା ବିସ୍ଫୋରଣ  ଉୁଘଟାଇ ଭଗତ

    ଧରା ପଡି ଯାଇଥିଲେ||


ପ୍ରତିକ୍ରିୟା ଡରେ    ଅତି ଗୋପନରେ

      ଶତଦ୍ରୁ ତଟକୁ ନେଲେ

ପରିବାର ଲୋକେ    ଦେଲେ ନାହିଁ ତାଙ୍କୁ

     ଅନ୍ତିମ ସଂସ୍କାର କଲେ||


ଅକାଳରେ ସିନା     ଚାଲିଗଲେ ସିଏ

      ତାଙ୍କ କଥା ରହିଗଲା

ତାଙ୍କ ଚିନ୍ତାଧାରା     ଅମରତ୍ୱ ଲଭି 

     କାଳଜୟୀ ହୋଇଗଲା ||


Rate this content
Log in

Similar oriya poem from Abstract