ସମର୍ପଣ
ସମର୍ପଣ
ଜୀବନ ଦୀପରେ ବିଶ୍ୱାସ ସଳିତା
ତୁମ ପାଇଁ ଜଳୁଥାଉ
ଆୟୁଷ ର ଘିଅ ସାରିଗଲେ ପ୍ରଭୁ
ତୁମ ପାଦେ ଲିଭିଯାଉ।
ଦୁନିଆ ମନ୍ଦିରେ ଆତ୍ମା ରୂପ ପୁଷ୍ପ
ତୁମ ଚରଣ ରେ ପଡିଥାଉ
ବାସି ହୋଇଗଲେ ଫିଙ୍ଗିବନି ପ୍ରଭୁ
ପାଦୁକା ସେ ହୋଇଯାଉ।
ସଂସାର ନାଆରେ ତୁମେ ନାଉରୀ
ତଟିନୀ ରେ ଚାଲୁଥାଉ
ଆହୁଲା ଟି ପଛେ ଭାଙ୍ଗିଯାଉ ପ୍ରଭୁ
କୂଳ ପାଖେ ଲାଗିଯାଉ।
ଜଗତ ଅଗଣା ମୋ ପ୍ରାଣ ତୁଳସୀ
ତୁମ ପାଖେ ଲାଗିହେଉ
ପୂଣ୍ୟ ର ଜଳ ଶୁଖିଗଲେ ପ୍ରଭୁ
ସ୍ୱର୍ଗ ଦ୍ୱାରେ ଶେଷ ହେଉ ।
