STORYMIRROR

ଶିବନାରାୟଣ ମିଶ୍ର

Classics

3  

ଶିବନାରାୟଣ ମିଶ୍ର

Classics

ସମର୍ପଣ

ସମର୍ପଣ

1 min
333

ଜୀବନ ଦୀପରେ ବିଶ୍ୱାସ ସଳିତା

ତୁମ ପାଇଁ ଜଳୁଥାଉ

ଆୟୁଷ ର ଘିଅ ସାରିଗଲେ ପ୍ରଭୁ

ତୁମ ପାଦେ ଲିଭିଯାଉ।


ଦୁନିଆ ମନ୍ଦିରେ ଆତ୍ମା ରୂପ ପୁଷ୍ପ

ତୁମ ଚରଣ ରେ ପଡିଥାଉ

ବାସି ହୋଇଗଲେ ଫିଙ୍ଗିବନି ପ୍ରଭୁ

ପାଦୁକା ସେ ହୋଇଯାଉ।


ସଂସାର ନାଆରେ ତୁମେ ନାଉରୀ

ତଟିନୀ ରେ ଚାଲୁଥାଉ

ଆହୁଲା ଟି ପଛେ ଭାଙ୍ଗିଯାଉ ପ୍ରଭୁ 

କୂଳ ପାଖେ ଲାଗିଯାଉ।


ଜଗତ ଅଗଣା ମୋ ପ୍ରାଣ ତୁଳସୀ 

ତୁମ ପାଖେ ଲାଗିହେଉ

ପୂଣ୍ୟ ର ଜଳ ଶୁଖିଗଲେ ପ୍ରଭୁ

ସ୍ୱର୍ଗ ଦ୍ୱାରେ ଶେଷ ହେଉ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics