ସ୍କୃତି
ସ୍କୃତି
ଜୀବନର ଅଙ୍କା ବଙ୍କା ରାଜ ରାସ୍ତାରେ
ଅତୀତର ଛପା କାଗଜରେ
ସାଉଁଟି ରଖିଛି କିଛି ସ୍ମୃତି ..
ପ୍ରିତି ପ୍ରେମ ପରଷରେ
ପ୍ରିୟାର ପଣତ ସ୍ପର୍ଶରେ
ବନ୍ଧୁର ବନ୍ଧୁତ୍ୱର ବନ୍ଧନରେ
ବେପରୁଆ ସେଇ କିଛି ସ୍ମୃତି . .
ମନ୍ତ୍ର ପଢ଼ି ମୃତ୍ୟୁକୁ କରିଛି ପରାଜିତ
ମର୍ମସ୍ପର୍ଶରେ ମୂର୍ତ୍ତି କରି ସେ
ମୁରୁଜ ବୁଣି ମୃଣ୍ମୟୀ ସାଜିଛି
ସ୍ମୃତି ଭାବେ ମନର ମାନସ ପଟରେ . . . .
ବାସର ରଜନୀରେ ରଜନୀଗନ୍ଧାର ବାସ୍ନା ଦେଇ
ନୟନ ଯୁଗଳେ ବନ୍ଦି ହୋଇ
ଲାଜର ସେଇ ସିନ୍ଦୁକରେ ସାଇତା ସେ ସ୍ମୃତି . . .
ସେ ସେମିତି ଥାଉ..
ବାସି ହୋଇ ସଜ ଫୁଟା ବାସ୍ନାରେ ସମ୍ମୋହିତ କରୁଥାଉ . . . II

