STORYMIRROR

ଶିବନାରାୟଣ ମିଶ୍ର

Abstract

2  

ଶିବନାରାୟଣ ମିଶ୍ର

Abstract

ସ୍ମୃତି

ସ୍ମୃତି

1 min
2.8K

ଜୀବନ ର ଅଙ୍କା ବଙ୍କା ରାଜ ରାସ୍ତା ରେ 

ଅତୀତ ର ଛପା କାଗଜ ରେ  

ସାଉଁଟି ରଖିଛି କିଛି ସ୍ମୃତି.


ପ୍ରିତି ପ୍ରେମ ପରଷ ରେ 

ପ୍ରିୟା ର ପଣତ ସ୍ପର୍ଶ ରେ

ବନ୍ଧୁ ର ବନ୍ଧୁତ୍ୱ ର ବନ୍ଧନରେ

ବେପରୁଆ ସେଇ କିଛି ସ୍ମୃତି


ମନ୍ତ୍ର ପଢ଼ି ମୃତ୍ୟୁ କୁ କରିଛି ପରାଜିତ

ମର୍ମସ୍ପର୍ଶ ରେ ମୂର୍ତ୍ତି କରି ସେ

ମୁରୁଜ ବୁଣି ମୃଣ୍ମୟୀ ସାଜିଛି 

ସ୍ମୃତି ଭାବେ ମନ ର ମାନସ ପଟରେ


ବାସର ରଜନୀରେ ରଜନୀଗନ୍ଧା ର ବାସ୍ନା ଦେଇ

ନୟନ ଯୁଗଳେ ବନ୍ଦି ହୋଇ

ଲାଜ ର ସେଇ ସିନ୍ଦୁକ ରେ ସାଇତା ସେ ସ୍ମୃତି


ସେ ସେମିତି ଥାଉ..

ବାସି ହୋଇ ସଜ ଫୁଟା ବାସ୍ନାରେ ସମ୍ମୋହିତ କରୁଥାଉ.



Rate this content
Log in

Similar oriya poem from Abstract