STORYMIRROR

ଶିବନାରାୟଣ ମିଶ୍ର

Tragedy

3  

ଶିବନାରାୟଣ ମିଶ୍ର

Tragedy

ଶ୍ରମିକର ସଂଜ୍ଞା

ଶ୍ରମିକର ସଂଜ୍ଞା

1 min
172

ହାତରେ ଯା'ର କୋଡ଼ି କୋଦାଳ

ମୁଣ୍ଡରେ ଲଦା ବୋଝ

ଦୁନିଆ ଯାକର ଭାର ନିଏ ସିଏ

କରି ଛାତିକୁ ପଥର ।।


 ରାସ୍ତାକଡର ଗରମ ପିଚୁରେ 

ରାନ୍ଧେ ସିଏ ଦିନ ତମାମ୍

ଖାଲ ଖମା ସବୁ ସମତୁଲ ହେଲେ

ଲୋକେ ହେବେ ମାଲାମାଲ୍।।


 ଗଢିବାକୁଏ ସୁନ୍ଦର ବସୁନ୍ଧରା 

ମୁଣ୍ଡ ଝାଳ ତୁଣ୍ଡେ ମାରେ 

ହେଲେ ନିଜ ସଂସାରଟା ଉଜୁଡି ଯାଏ

ଦାରିଦ୍ର୍ୟର ଚାବୁକ୍ ପ୍ରହାରେ ।।


 ବିରାଟଅଟ୍ଟାଳିକାରେ ଯାର ରକ୍ତ ସମର୍ପିତ

ରୁହେ ସେ ଚିରା ପଲିଥିନ ତଳେ 

ଆକାଶକୁ ଛାତ ଭାବି ଶୋଇଯାଏ ସିଏ 

ସକାଳକୁ ହେବା ପାଇଁ ନିର୍ଯ୍ୟାତିତ ।।


 ବର୍ଷସାରା ଯା'ର ସାଥି ପଖାଳ କଂସା

ଭୋଟ ବେଳେ ଚାଲେ ତା ପାଇଁ ଅନେକ ମୀମାଂସା

ହେଇଯିବ ଇନ୍ଦିରା ଆବାସ ଆଉ ସ୍ଵାସ୍ଥ୍ୟ ବୀମା

ସ୍ୱପ୍ନ ଭାଙ୍ଗିଯାଏ ଭୋଟ ସରିଗଲେ 

ଚାଲିଯାଏ ତା'ର ହଂସା ।।


ଦଧିଚି ନ ହୋଇବି ଅସ୍ଥି ଦାନ କରେ 

ପାଏ ନାହିଁ କେବେ ପୂଜା

ସ୍ୱାର୍ଥପର ଏ ସମାଜ ପଛାଏ ନାହିଁ କେବେ 

ଦେବା ପାଇଁ ତାକୁ ସଜା ।।।              



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy