STORYMIRROR

Rabindra kumar Sahoo

Abstract Tragedy

3  

Rabindra kumar Sahoo

Abstract Tragedy

ସାଥୀ ବିନା ଏ ଜୀବନ

ସାଥୀ ବିନା ଏ ଜୀବନ

1 min
193

  

   କିଏ ଭାଳେ ବଡ ଏଠି

    ଧନ ମାନ ଯଉବନ

    ହେଲେ ସାଥୀ ବିନା ଏ ଜୀବନ

   ଅଟେ ଅସମ୍ପୂର୍ଣ୍ଣ ଅଟେ ଅସମ୍ପୂର୍ଣ୍ଣ ।


   ଏ ସଂସାର ମାୟା କ୍ଷେତ୍ର

   କେ ନୁହେଁ କାହାର ମିତ୍ର

   ସାଥୀ ହିଁ ଜୀବନ

  ସାଥୀ ବିନା ଏ ଜୀବନ

  ଅଟେ ଅସମ୍ପୂର୍ଣ୍ଣ ଅଟେ ଅସମ୍ପୂର୍ଣ୍ଣ ।


     କିଏ ସେ ସାଥୀ କିଏ ଦିଏ ମୁକ୍ତି

     ପ୍ରିୟ ପାଇଁ ପ୍ରିୟା ତା ଜୀବନ ସାଥୀ

    ସାଥୀ ହିଁ ଜୀବନସାଥୀ ଯଉବନ

    ସାଥୀ ବିନା ଏ ଜୀବନ

    ଅଟେ ଅସମ୍ପୂର୍ଣ୍ଣ ଅଟେ ଅସମ୍ପୂର୍ଣ୍ଣ ।


   ପ୍ରିୟାର ପ୍ରୀତି

  ହୃଦେ ଭରେ ଭୀତି

  ହେଲେ ପ୍ରିୟା ପରା ଏକା

  ଜୀବନର ସାଥୀ

  ଯେ ଗାଏ ପ୍ରିୟ ଜୀବନ ଗୀତି

  ସେହି ଏକା ସଂସାରେ

 ଜୀବନର ସାଥୀ ପ୍ରେମ ଏକା ସତ

 ପ୍ରିୟା ଏକ ସତ

 ସେ ଜାଣେ ଜୀବନର ମାନ ମହତ୍ତ୍ଵ l

      

 ଜଳ ବିହୁନେ ଯେହ୍ନେ ମିନ

 ପ୍ରିୟା ବିନା ଜୀବନ

 ସବୁ ତୁଚ୍ଛ ସବୁ ମିଛ

 ପ୍ରିୟା ପାଇଁ ପାଇଥାଉ 

 ଏ ଜୀବନେ ମାନ ସନମାନ

  ପ୍ରିୟା ହିଁ ସାଥୀ ପ୍ରିୟା ହିଁ ମୁକ୍ତି

  ସାଥୀ ବିନା ଏ ଜୀବନ

  ଅଟେ ଅସମ୍ପୂର୍ଣ୍ଣ ଅଟେ ଅସମ୍ପୂର୍ଣ୍ଣ ।


    ତା'ର ସେ ପ୍ରେମର ଭୃଣ

   ଭୁଲାଏ ଆମ ମାନ ସମ୍ମାନ

   ନୀତି ନୈତିକତା ଆଦର୍ଶ ର

   ପ୍ରତୀକ ମୋ ପ୍ରିୟା

   ତା ପାଇଁ ଫୁଲାଇ ଚାଲେ

   ମୁଁ ମୋର ହିଆ

   ସାଥୀ ହିଁ ଶ୍ରେଷ୍ଠ

   ସାଥୀ ହିଁ ଆମ ଜୀବନ

   ଆଜି ଅଟେ ମହାନ୍

   ସାଥୀ ବିନା ଏ ଜୀବନ

   ଅଟେ ଅସମ୍ପୂର୍ଣ୍ଣ ଅଟେ ଅସମ୍ପୂର୍ଣ୍ଣ ।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract