STORYMIRROR

Aparti Charan Sethi

Tragedy

3  

Aparti Charan Sethi

Tragedy

ଅଦଳ ବଦଳ କଥା

ଅଦଳ ବଦଳ କଥା

1 min
176

  (ରମ୍ୟ ରଚନା)

ଅଦଳ ବଦଳ ଦୁଇଟି ଶବଦ

  କାହିଁ କେତେ କାଳୁଁ ଅଛି 

ହେଲେ ଆଜି କିନ୍ତୁ ଏ ଶବ୍ଦ ଦୁଇର

  ଭାବଧାରା ବଦଳିଛି‌।


ଧାନ ଦେଇ ବିରି ବୋଉ ରଖୁଥିଲା

  ଚାଉଳ ବଦଳେ‌ ତେଲ 

ଧାନକଟା‌ ପରିଶ୍ରମ ବଦଳରେ

  ମିଳୁଥିଲା ହଳା‌ ମୂଲ।


ଆମ ଘର କିଏ ଛାଇ ଦେଉଥିଲେ

  ଆମେ ତାଙ୍କ ଘର ଛାଉ 

ବଦଳିଆ‌ ହଳ ବଦଳିଆ ଚାଷ

  ସେଥିରେ ଆନନ୍ଦ ପାଉ।


ବାଡିରେ ଫଳିବା‌ ଫଳ ଫୁଲୁରୀ ବି

  ଅଦଳ ବଦଳ ହୁଏ 

ପଡିଶା ଘରର‌ ତର୍କାରୀ ବଦଳେ

  ଶାଗଭଜା ଦିଆଯାଏ।


ବାସନ କୁସନ କଂସା କି ପିତ୍ତଳ

  ଅଦଳ ବଦଳ ହୁଏ 

ଅରୁଆ ବଦଳେ‌ ଉଷୁନା ମିଳ‌ଇ

  ସମ୍ପର୍କର ଭାବ ଇଏ।


ଅଦଳ ବଦଳ ଫାଇଦା ଉଠାଇ

  କିଛି ଜମିଦାରୀମାନେ 

ପିଠା ଦି'ଟା ଦେଇ ଗରୀବର ଜମି

  ନେଇଛନ୍ତି ଶୁଣୁ କାନେ‌।   


ଆଜି କିନ୍ତୁ ଏହି ଅଦଳ ବଦଳ 

  ବଦଳିଯାଇଛି ଭାବ 

ଶାଗ ଦେଲେ ମୁଗ ମିଳୁନାହିଁ ବରଂ

  ଟଙ୍କା ଥିଲେ ସବୁ ଲାଭ।


ଟଙ୍କା ହୋଇଗଲା ଅଦଳବଦଳ

  ବିମୁଦ୍ରାକରଣ‌ ନାମେ 

ଟଙ୍କା କଳେବର ରଙ୍ଗରେ ବଦଳ

  ଏଇଗଲା‌ କିଛି ଦିନେ।


ଅଦଳ ବଦଳ ଶବ୍ଦରେ କାଳିମା

  ଆଜି ଯାହା ଲାଗିଗଲା 

ପ୍ରେମ ବଦଳରେ ସଂସାର ହାଟରେ

  ପ୍ରତାରଣା‌ଟି ମିଳିଲା‌।


ସ୍ଵାମୀ ସ୍ତ୍ରୀ ଏଠି ବଦଳ ହୁଅନ୍ତି

  ଅଦ୍ଭୁତ ଚାଲିଚଳନ 

କେହି ତ କାହାରି ସ୍ଥିତିକୁ ନ ରଖି

  ସ୍ୱାର୍ଥେ ହେଲେ ସଦା ମଗ୍ନ‌।


ବିଶ୍ଵାସ ଦେଇକି ଅବିଶ୍ୱାସ ନିଅ

  ସ୍ନେହ ବଦଳରେ ଘୃଣା 

ତ୍ୟାଗ କଲେ ମିଳେ ନିନ୍ଦା ଅପବାଦ

  ସ୍ଵାର୍ଥ ମାତ୍ର ବିକାକିଣା‌।


ଉତ୍କୋଚ ବଦଳେ ଚାକିରୀ ମିଳିବ

  ମଦ ଦେଲେ ମିଳେ ନ୍ୟାୟ 

ପରିସ୍ଥିତି ବଳେ ଦେହ ବଦଳରେ

  ଗଣିକା କରୁଛି ଆୟ।


ଭାବ ରଙ୍ଗ ଆଜି ଅଦଳ ବଦଳ

  ଖାଲି ମିଥ୍ୟା ପ୍ରତିଶୃତି 

ମୁଖା ବଦଳେଇ‌ ଭ୍ରଷ୍ଟାଚାରୀ ନେତା

  ଦଳ ବଦଳ କରନ୍ତି।


ଦେଖୁ ଦେଖୁ କଥା ବଦଳ ହେଉଛି

  ସତ୍ୟ ମିଥ୍ୟା ପାଲଟୁଛି 

ଯାହାକୁ‌ ଭରଷା କରିବସୁଥିଲେ‌

  ସିଏ ବି ଠକି ଦେଉଛି।


ଭଲ ଲୋକ ଆଜି ବଦଳି ଯାଉଛି

  ଆଶ୍ଚର୍ଯ୍ୟ ବି ଲାଗୁଅଛି 

ଆଖି ଦେଖା କଥା ମିଥ୍ୟା ପ୍ରମାଣିତ

  କେମିତି ହୋଇ ପାରୁଛି !  


ପବିତ୍ର ମନର ବଦଳେ ମିଳୁଛି

  ପୁଳାଏ କଳଙ୍କ ଦାଗ 

ମୋଟାମୋଟି ଆମେ ବଦଳି ଯାଉଛୁ‌

  ବଦଳୁଛି ରଙ୍ଗ ଢ଼ଙ୍ଗ।


ଏ ସଂସାରେ ଯେତେ ଦିଆନିଆ ବନ୍ଧୁ

  ଟଙ୍କା ପାଇଁ ମୁହଁ ଦେଖା 

ବିନା ପ‌ଇସାରେ କେହି ଚାହିଁବେନି

  ଟଙ୍କା ହିଁ ସବୁରି ସଖା।


ଲୋକଦେଖାଣିଆ ମୁହଁ ଦେଖା ପ୍ରୀତି

  ପୁଣି କେତେ ତୋଷାମତି 

ଧନ୍ୟବାଦ ଯିଏ ଦେଇଛି ମୋ ପାଇଁ

  ମୁଁ ବି ତାକୁ ଟେକୁଅଛି।


ଅଦଳ ବଦଳ ହେଉଛି ସମ୍ପର୍କ

  ପ୍ରତିଭା ପଡୁଛି ବଳି 

ତଥାପି ସତ୍ୟର ଯୁଗେ‌ ଯୁଗେ ଜୟ

  ଚାଲୁପଛେ‌ ଘୋର କଳି‌।



Rate this content
Log in

Similar oriya poem from Tragedy