STORYMIRROR

Chandrakanta Jena

Romance Tragedy

3  

Chandrakanta Jena

Romance Tragedy

ଫେରିଛି ଫଗୁଣ

ଫେରିଛି ଫଗୁଣ

1 min
155


ଫେରିଛି ଫଗୁଣ କଥା ରଖି ମୋର

ଯାଇଥିଲା ପ୍ରିୟା ଦେଶେ

ଆଣିଛି ଖବର ଅଭିମାନୀନିର

ପରଶିଛି ମୋର ହାତେ !!


ଦେଖି ପ୍ରିୟା ରୂପ ହୋଇ ସେ ଚକିତ

ବଖାଣି କହୁଛି ମୋତେ

କୋଟିଏରେ ଗୋଟେ କାଳେ ମୋ ପ୍ରେୟସୀ

ତା ପରି ନାହିଁ କେ ସତେ !!


ବିଦୁଷୀ ଅଞ୍ଜନା ଭିନ୍ନ ସେ ଅନନ୍ୟା

ରୂପରେ ଯଶସ୍ୱୀ ସେହି

ଉତ୍ଫୁଲ୍ଲିତ ହୋଇ ରହିଥିଲି ଚାହିଁ

ସମ୍ଭାଷଣେ ଶବ୍ଦ ନାହିଁ !!


କ୍ଷଣିଏ ମୁହୂର୍ତ୍ତ ହରାଇଲି ଚିତ୍ତ

ଅଜ୍ଞାନେ ହୋଇଲି ଛନ୍ଦି

ଅନୁଭବ କଲି ପୂର୍ଣ୍ଣିମାର ଜ୍ୟୋତି

ପ୍ରୀତି ପୁଷ୍ପ ମାଳା ବାନ୍ଧି !!


ଜଣାଇ ଦେଲି ମୁଁ ଅସିମ ପ୍ରୀତିକୁ

ଅଙ୍ଗେତା ଅବିର ମାରି

ଶ୍ୟାମଳ ଅଙ୍ଗଟି ଝଟକି ଉଠିଲା

ଅପୂର୍ବ ସେ ଦିବ୍ୟ ନାରୀ !!


ଫଗୁଣ ରଙ୍ଗରେ ଭିଜୁଥିଲା ବିଶ୍ବ

ତା ସାଥେ ଶ୍ୟାମାଙ୍ଗୀ ଅଙ୍ଗ

ହୃଦୟ କାହିଁକି ପଡିଥିଲା ଫିକା

ଆଖିରେ ଲୁହ ତରଙ୍ଗ !!


ଚୁପି ଚୁପି ଯାଇ ପଚାରିଲି କାନେ

ହୃଦୟ କିପାଇଁ ନ୍ୟୁନ

ପୂର୍ଣ୍ଣିମାର ଜ୍ୟୋତି କିପାଇଁ ନିସ୍ତେଜ

ଫିକା ବିନୁ ଦୂର ଜହ୍ନ !!


ବଚନକୁ ମାପି ଅଶ୍ରୁ ବୁନ୍ଦା ଚାପି

ବ୍ୟାଖିଲେ ଅନ୍ତର ଶବ୍ଦ

ପ୍ରାଣପ୍ରିୟ ଆଶେ ରହିଛନ୍ତି କ୍ଲୋସେ

ଝୁରାଇ ମାରେ ବିଷାଦ !!


ଜାଣିଛକି ପ୍ରିୟ କାହୁଁ କେତେ ଦୂର

ମୋ ଠାରୁ ଅଛନ୍ତି ରହି

ସାନ୍ନିଧ୍ୟ ଆଶାରେ ପ୍ରିୟଙ୍କ ପଥରେ

ବିଳାପେ ରହିଛି ଚାହିଁ !!


ପ୍ରିୟ ବିନୁ ଭ୍ରାନ୍ତି ନାହିଁ କ୍ଷଣେ ଶାନ୍ତି

ଜଯନ୍ତ୍ରଣାର ଜ୍ଵାଳା ମନେ

ହୋଇ ଶ୍ୱାସରୁଦ୍ଧ ଗଣଇ ପ୍ରମାଦ

ଜଳ ବିନା ମୀନ ଯେହ୍ନେ !!


ଏ ପ୍ରୀତି ସାଗର ଘୋର ଅନ୍ଧକାର

ପାଏ ନାହିଁ ଖୋଜି ପ୍ରାନ୍ତ

ଏକା କରି ମୋତେ କିପରି ରହିଛ

ଆହେ ପ୍ରିୟ ଚନ୍ଦ୍ରକାନ୍ତ !!


କହିବ ଫଗୁଣ ପକାଉଛି ରାଣ

ପ୍ରିୟ ଯଦି ହେବେ ଦେଖା

ବିହୁନେ ଶ୍ୟାମଳୀ ହୁଏ ତାଙ୍କୁ ଭାଳି

ଲହୁ ଗ୍ରନ୍ଥି ଟାଣେ ରେଖା !!


ପ୍ରିୟାର ବର୍ଣ୍ଣନା ଶୁଣି ଆନମନା

ଖୁସିର ଲୋତକ ଆସେ

ସତେକି ଶ୍ୟାମାଙ୍ଗି ମୋ ବାଟ ଚାହିଁଛି

ମନର ମଣିଷ ବେଶେ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance