STORYMIRROR

Prafulla Chandra Mishra

Romance

3  

Prafulla Chandra Mishra

Romance

ପ୍ରିୟା ପାଇଁ ସ୍ଵପ୍ନ ଥିଲା

ପ୍ରିୟା ପାଇଁ ସ୍ଵପ୍ନ ଥିଲା

1 min
206

ଲବଙ୍ଗ ଦୀପରେ ପ୍ରିୟା ତୋଳି ଦେଇ ଘର

ସଜାଇ ଥାଆନ୍ତି ତାକୁ କରି ମନୋହର

ମାଗି ଜୋଛନା ଜହ୍ନରୁ 

ସଜାଇ ଥାଆନ୍ତି କରି ସୁନ୍ଦର ସୁଚାରୁ ।।


ସେ ମହଲ ରାଜରାଣୀ ଗୋ ମଉନାବତୀ

କରି ରଖିଥାନ୍ତି ପ୍ରିୟା ହୋଇ ଆମେ ସାଥି

କରି ଥାନ୍ତେ କେଳୀ କେତେ

କେଳୀ କୁଶଳା ସଜନୀ ମିଶି ଦୁହେଁ ସାଥେ ।।  


ତାରା ଫୁଲ ଖଞ୍ଜି ମୁଞ୍ଜେ କେଳୀକୁଞ୍ଜ ସମ

ସଜାଇ ଥାଆନ୍ତି ତାକୁ କରି ମନୋରମ

ପ୍ରିୟା ଭାବନା ମୋ ଥିଲା

ତୁମପାଇଁ ଯେତେ ସୁଖ ସ୍ଵପ୍ନ ଭାଙ୍ଗିଗଲା ।।


ପକ୍ଷୀରାଜ ଘୋଡା ପୁଣି ଫୁଲର ସବାରୀ

ସବୁ ସପନ ମୋ ବନ୍ଧୁ ଦେଲ ଚୁନାକରି

ଏବେ ଶୂନ୍ୟ ମୋ ମନ୍ଦିର

ତୁଚ୍ଛ ଲାଗଇ ଜୀବନ ଦିଶଇ ଅନ୍ଧାର ।।


କେତେ ଯେ ଭାବନା କେତେ ଦେଖିଛି ସପନ

ଆସିବ ବୋଲି ମୋ ପ୍ରିୟା ଭାବି ରାତି ଦିନ

ମନ ହୋଇଛି ଉଛନ୍ନ

ଭାଙ୍ଗିଗଲା ଯେତେ ଆଶା ମୋ ସୁଖ ସପନ ।।


ପରୀ ରାଇଜର ରାଜ କୁମାରୀ ଲଳନା

ଇନ୍ଦ୍ର ନୀଳମଣି କାନ୍ତି ସରୋଜ ଲପନା

ପ୍ରିୟା ମୋ ନୀଳ ନୟନା

ତୋପାଇଁ ଏ ମନ ମୋର ହୁଏ ଆନମନା ।।


ଭାବିଥିଲି ଚଢି ଯିବି ପକ୍ଷୀରାଜ ଘୋଡା

ପରୀ ରାଇଜରୁ ତୋତେ ଆଣିବାକୁ ପରା

କହ କିଆଁ ଦେଲୁ ଧୋକା

ପ୍ରେମ କ’ଣ କୁହ ସହୀ ହୁଏ କିଣା ବିକା ।।


ଆଜି ଏକାଏକା ବସି ଭାବୁଛି ମନରେ

କି ପାଇଁ ସମ୍ବନ୍ଧ ଯୋଡି ଥିଲି ତୋ ସାଥିରେ

ମୋର ଭାବନା ବେଦନା

ଅସହ୍ୟ କରଇ ଆରେ ଅବୋଧ ଲଳନା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance