STORYMIRROR

Chandrakanta Jena

Romance

3  

Chandrakanta Jena

Romance

ହୃଦୟ ବେଦନା

ହୃଦୟ ବେଦନା

1 min
234

କୁହୁଳି ଉଠଇ ହୃଦୟ ବେଦନା

ଉତେଜିତ୍ତ କରି ତନୁ

କବଳିତ ଘେରେ ଭାବନାର ବ୍ରତ

ପାସୋରି ହୁଏନା ମନୁ !!


ବିଷାଦ ଚହଟେ ଅନ୍ତର ଉହାଟେ

ବିବ୍ରତେ ଜନ୍ମଇ ବ୍ୟଥା

କେଉଁ ଭୂମିକାରେ ହେବି ଅବତୀର୍ଣ୍ଣ

ଖୋଜି ପାଏ ନାହିଁ ରାସ୍ତା !!


ଅବାଞ୍ଛିତ ପ୍ରୀତି କଣ୍ଟକିତ ରାତି

ଉପେକ୍ଷା କରଇ ନିତି

ଏକାନ୍ତ ଜଳଇ ନିର୍ଜନ ପ୍ରହରେ

ଅଶ୍ରୁଧାରା ଯାଏ ମାତି !!


ପ୍ରିୟା ଛାୟା ମୂର୍ତ୍ତି ଆସୁଥାଏ ଭାସି

ସ୍ପର୍ଶ ବାରେ ଉଠେ ମନ

ଅଙ୍କୁଶ ଲାଗଇ ସଙ୍କୋଚିତ ପ୍ରାଣେ

ଭୁଲେ ହିତାହିତ ଜ୍ଞାନ !!


ହୃଦୟର କଥା ହୋଇଅଛି ବୃଥା

ଶବ୍ଦ ଶୂନ୍ୟ ଓଠ ଧାରେ

ବୁଝି ନେବ କେବେ ଗୋପନ ଯନ୍ତ୍ରଣା

ସର୍ପ ସାଜି ଚୋଟ ମାରେ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance