କାଶତଣ୍ଡୀ
କାଶତଣ୍ଡୀ
ଏଇତ ମହ ମହ ଅଶିଣ,
ଥିରି ଥିରି ପବନରେ ମତୁଆଲା ପରାଣ,
ଫର ଫର କାଶତଣ୍ଡୀ,
ଚମକାଏ ଦ୍ବିଗୁଣ,
ଚୁଲବୁଲି ଚଅଁର ଯେ ମନେ ସାଜେ ତୋରଣ !
ଝଲକାଏ ଦୁଲ ଦୁଲ ଦୁଲୁକାଏ ପାର୍ବଣ,
ଚୁନା ଚୁନା ତାରାଫୁଲ,ବୁଣେ ଯହିଁ ଶିଶିର,
ଶିର ଶିର ଚୋରାବାଲି,
ମହକାଏ ସ୍ଫୁରଣ,
ଝୁମା ଝୁମା ଶିହରଣେ ଶିହରାଏ ଏ କମ୍ପନ !
ଏଇତ ପାର୍ବଣ ମହକ,
ତୋଫା ତୋଫା ଏଇ ଆକାଶରେ
ମଖମଲି ପୂଲକ,
ଫିକା ଫିକା ଜୋଛନାରେ କାଚକେନ୍ଦୁ ମନ,
ଫେନିଳ ଏ ଜ୍ୟୋସ୍ନାରାତି
ଜହ୍ନି ଫୁଲର ଏ ଜହ୍ନ,
ଭାବନାର ଫୁଆରାରେ ଯେ ଅସରନ୍ତି ସ୍ବପ୍ନ !
ଏଇତ ଜୀବନ ଚମକ,
ଭିଜା ଭିଜା ଏଇ ତନୁ ମନେ
ଗାଏ ମିଳନ ସଂଗୀତ,
ଘୁମ ଘୁମ ଏ ମାଦଳ ଯେ ଜୀବନେ ଆନନ୍ଦ,
ଶିରୀ ଶିରୀ ଶୋଭା ବନେ
ସ୍ମୃତି ସମ୍ଭାରର ଚିହ୍ନ,
ଭେରୀ ତୁରୀ ନଦ ନାଦେ ସ୍ବପ୍ନ ଭିଜା ମଗ୍ନ !
ବିରାଙ୍ଗନାର ଏ ଗର୍ବ,
ଝୁମା ଝୁମା ଏଇ ସମ୍ଭାଷଣେ,
ଶାରଦୀୟ ଏ ପର୍ବ,
ବନ୍ଦନୀୟ, ଶୋଭନୀୟ ଗୌରବର ଦର୍ପ,
ପୂଜନୀୟା, ମହନୀୟା ଏ ବସୁନ୍ଧରା
ଅପୂର୍ବ, ଅତୁଲ୍ୟ ମୁଲକ,
ସଜ ସଜ ଏଇ ଅବତାରେ ଧରାବତରଣ !

