Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

4  

Bijay Prusty

Romance

କଥାଥିଲା ତୁମସହ

କଥାଥିଲା ତୁମସହ

1 min
337



ଆମ୍ର କାନନେ ବଉଳ ଆସିଲେ

ମହକ ଛୁଟିଲେ ଦୂରେ

ପଞ୍ଚମ ତାନରେ କୋଇଲି ଗାଇଲେ

ତାର ସୁମଧୁର ସ୍ୱରେ I

ମନ ଉଡୁଥିଲେ ପବନ ଦୋଳିରେ

ଆଖିରେ ଭରିଲେ ନିଶା

କଥାଥିଲା ସଖୀ ଦେଖାଇବ ମୋତେ

ପ୍ରଣୟର ନୂଆ ଦିଶା I

ଆକାଶେ ଭରିଲେ ଫଗୁଣର ରଙ୍ଗ

ମଳୟ ବହିଲେ ଧିରେ

ରାତିର ଛାତିରେ କଦମ୍ବ ଫୁଟିଲେ

ମନ ଯମୁନାର କୂଳେ I

ଅନ୍ଧାର ଘୋଟିଲେ ଜହ୍ନ ତାରା ସବୁ 

ଶୋଇଗଲେ ମନ ମାରି

କଥାଥିଲା ସଖୀ ଆସିବ ମୋ ପାଶେ

ଚାଲି ଚାଲି ଥିରି ଥିରି I

ମତୁଆଲା ହୋଇ ପବନ ଯେବେଳେ

ଛୁଇଁଦେବ ମୋର ଦେହ

ରାତିର ଶେଫାଳୀ ଫୁଟି ବାସୁଥିବ

ଦେଖି ଅନ୍ଧାରର ମୁହଁ I

ଆଦିମ କାମନା ଚହଲାଇ ଦେବ

ଦେହରେ ଆସିବ ତାତି

କଥାଥିଲା ସଖି ଆସି ମୋର ପାଶେ

ଶୀତଳ କରିବ ଛାତି I

କଥାଦେଇ କଥା ରଖିନି ବୋଲି ସେ

କରିନି ମୁଁ ଅଭିମାନ

ଏବେ ବି ବସିଛି ବାଟ ଚାହିଁ ତାର

ମନେ ମୋର ଭରା ପ୍ରେମ I

         


Rate this content
Log in