STORYMIRROR

Chandrakanta Jena

Romance Tragedy Fantasy

3  

Chandrakanta Jena

Romance Tragedy Fantasy

ପରାଣ ହୋଇବ ଝୁରି

ପରାଣ ହୋଇବ ଝୁରି

1 min
11


ସଜନୀ ଗୋ ତୁମ ଆଖିର କଜ୍ଵଳେ

ଭାସୁଥାଏ ମେଘ ଖଣ୍ଡ

କେବେ ଅସରାଏ ବରଷାଇ ଦିଅ

ଜୀବନ ଲଭୁ ଏ ପିଣ୍ଡ !!


ଭ୍ରମର ପରାଏ ଯାଯାବର ସାଜି

ତୃଷ୍ଣାତୁର ଯେ ସର୍ବାଙ୍ଗ

ବୈଶାଖ ତାତି ରେ ମରୁ ଦରିଆରେ

ସାଜିଛ ଭରସା ମଙ୍ଗ  !!


ମଧୁ ପିଆଲା ରେ ମଧୁ ବିରାଜିତ

ରହିଛି ସତେ ଜଡେଇ

ମୁଁ ପାନ୍ଥ ମଧୂପ ରହିଛି ତୃଷିତ

ଦିଅ ଗୋ ଟୋପେ ଝରାଇ  !!


ଆଶା ଆକାଂକ୍ଷା ର ଜୀବନ ଟି ଏହି

ତୃଷ୍ଣା ରେ ଖେଳୁଛି ଦୋଳି

ହେ ମାଧୂର୍ଯ୍ୟ କନ୍ୟା ଅନୁନ୍ୟ ଯୌବନ୍ୟା

ପ୍ରୀତିସୁଧା ଦିଅ ଢାଳି !!


ହସ୍ତ ଯୋଡ଼ି ପ୍ରୀତିସୁଧା ଭିକ୍ଷା ମାଗେ

ଢାଳ ଗୋ ଅମୃତ ବାରି

ମୁହଁ ଆଡ କରି ଫେରି ଯାଅ ନାହିଁ

ପରାଣ ହୋଇବ ଝୁରି !!


Rate this content
Log in

Similar oriya poem from Romance