ଶ୍ୟାମଳୀ ଗୋ ତୁମେ
ଶ୍ୟାମଳୀ ଗୋ ତୁମେ
ପ୍ରିୟାର ଭାବନା କରେ ଆନମନା
ବିରହେ ରଜନୀ ପାହେ
ଅନ୍ଧକାରେ ଘେରା ପ୍ରୀତିର ନଅର
ଅଶ୍ରୁ ଦୀପ ସାହା ହୁଏ ।
ନିଦ ଆସେ ନାହିଁ ଆଖି ପଲକରେ
ଭାସୁଥାଏ ପ୍ରିୟା ଛବି
ନିଷଙ୍ଗତା ଦିଏ ହୃଦୟେ ଯନ୍ତ୍ରଣା
ଅସହ୍ୟ ଏ ପ୍ରେମ ବ୍ୟାଧି ।
କେମିତି କହିବି ପ୍ରିୟା ସୁକୁମାରୀ
ମୋ ଜୀବନେ ତୁମ ମୂଲ୍ୟ
ରାଗ ଋଷାରେ ବି ତୁମ ପଦେ କଥା
ମୋ ପାଇଁ ଅମୃତ ତୁଲ୍ୟ ।
ଦୁରେଇବି କୁହ କିପରି ତୁମକୁ
ପଥ ଧାରେ ତୁମେ ସାହା
ଶ୍ୟାମଳୀ ଗୋ ତୁମେ ଜୀବନ ମରୁରେ
ବଞ୍ଚିରହିବାର ରାହା ।।