STORYMIRROR

Kabiratna Nutan Kumar Behera

Abstract Drama

4  

Kabiratna Nutan Kumar Behera

Abstract Drama

ତୁମେ ଅଛ ବୋଲି ହେ ଠାକୁର

ତୁମେ ଅଛ ବୋଲି ହେ ଠାକୁର

1 min
442


ତୁମେ ଅଛ ବୋଲି ହେ ଠାକୁର 

          ଘୁଞ୍ଚିଯାଏ ସବୁ ଦୁଃଖ ମୋର, 

ଆଶିଷେ ତୁମ ହସେ ମୋ ଘର 

         ଭଲ ଲାଗେ ସାରା ଏ ସଂସାର।

ତୁମେ ଅଛ ବୋଲି...

ଚାଲିବାକୁ ତୁମେ ଦେଖାଅ ସୁପଥ

        ପତିତ ଜନର ହୋଇ ପ୍ରାଣନାଥ, 

କରିବାକୁ କାମ ହାତେ ଦିଅ ବଳ 

       ଜ୍ଞାନ ବୁଦ୍ଧି ଶିକ୍ଷା ତୁମ ଦିଆ ଫଳ।

ତୁମେ ଅଛ ବୋଲି... 

ପରିବାର ପରିଜନ ତୁମ ଦାନ 

      ତୁମ ପାଇଁ ମିଳେ ଯଶ ଖ୍ୟାତି ମାନ, 

ପରସ୍ପର ମଧ୍ୟେ ପବିତ୍ର ବନ୍ଧନ 

        ତୁମରି ଲାଗି ରହେ ଚିର ଅମ୍ଳାନ।

ତୁମେ ଅଛ ବୋଲି... 

ତୁମ ଆଜ୍ଞା ପାଇ ସୂର୍ଯ୍ୟ ଚନ୍ଦ୍ର ତାରା 

       ଆଲୋକ ଦିଅନ୍ତି ଏ ଜଗତ ସାରା, 

ଦୟାରୁ ତୁମର ସାରା ବସୁନ୍ଧରା 

      ଗଛ ଲତା ଫୁଲେ ଫଳେ ହୁଏ ଭରା।

ତୁମେ ଅଛ ବୋଲି... 

କର୍ମ ଅନୁଯାୟୀ ଫଳ ପାଏ କର୍ମୀ 

       ଧର୍ମ ପାଳନେ ପୁଣ୍ୟ ଅରଜେ ଧର୍ମୀ, 

ପରିପୂର୍ଣ୍ଣ ଏ ସଂସାର ପୂଣ୍ୟଭୂମି

        ଧନ୍ୟ ହୁଏ ସିଏ ଏ ଭବେ ଜନମି।

ତୁମେ ଅଛ ବୋଲି... 

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract