Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chandrakanta Jena

Abstract Action Inspirational

4  

Chandrakanta Jena

Abstract Action Inspirational

ଲେଉଟିବ ଯୁଗ

ଲେଉଟିବ ଯୁଗ

1 min
367



ଘନ ଘନ ଆଜ ବନ ଉପବନ

ଭୂକମ୍ପ ଉଠଇ ଯହିଁ 

ବିଜୁଳି ଫାଟଇ ସମୁଦ୍ର ଲଙ୍ଗଇ

ଦୁଷ୍ଟଙ୍କ ବିନାଶ ପାଇଁ  ।


ଦଶ ଦିଗେ ବଜ୍ର ଉହାଟଇ ଗର୍ଜ

ଧରା ଧରେ ପ୍ରକମ୍ପିତ

ଆସିବେ କି କଳ୍କୀ ଅନ୍ତ ଧ୍ୟାୟ ଜପି

ଧର୍ମ ହେବ ସଂସ୍ଥାପିତ  ।


ସୂର୍ଯ୍ୟ ଚନ୍ଦ୍ର ତାର ନଛୁଇବେ ଧରା

ଧରଣୀ ଗାଳିବ ବିଷ

କୋଟି ଉଲ୍କା ଖଣ୍ଡ ଭେଦିବେ ବ୍ରହ୍ମାଣ୍ଡ

ରଚିବେ ସୃଷ୍ଟି ବିନାଶ  ।


ସତ୍ୟ ହେବ ନିଶ୍ଚେ ମାଳିକା ର ଲେଖା

କ୍ଷାନ୍ତ ନାହିଁ ପାପି ଆତ୍ମା

ବିନାଶ ଯିବେ ଯେ ସର୍ବ ଗୋଷ୍ଠି ଯେତେ

ବୋଲନ୍ତି ମିଛେ ମହାତ୍ମା ।


ଲେଉଟିବ ଯୁଗ କରିବେ ସେ ଭୋଗ

ସତ୍ୟ ଇନ୍ଦ୍ରିୟ ଯା ପ୍ରାଣେ

ଯୁଗାନ୍ତ ପୁରୁଷ ଓହ୍ଲାଇବେ ଧରା

ପାପ ନରହିବ କ୍ଷଣେ ।


Rate this content
Log in

Similar oriya poem from Abstract