STORYMIRROR

Chandrakanta Jena

Abstract Classics Fantasy

4  

Chandrakanta Jena

Abstract Classics Fantasy

ପରିବେଶ ସୁରକ୍ଷା

ପରିବେଶ ସୁରକ୍ଷା

1 min
22


ଆଧୁନିକତାର ଉନ୍ନତି ଭିତରେ

ପୃଥିବୀ ହେଲାଣି ଛନ୍ଦି

କୃତ୍ରିମ ଜାଲ ରେ ପ୍ରକୃତି ସୌନ୍ଦର୍ଯ୍ୟ

ହୋଇଲାଣି ଏବେ ରୁନ୍ଧି !!


ଜରି ଓ ପ୍ଲାଷ୍ଟିକ କୁଢ଼ କୁଢ଼ ଗଦା 

ଜଳ ହେଉ ଅବା ସ୍ଥଳ

ବିଜ୍ଞାନୀ ମଣିଷ ବୁଝ ତୁ ସଅଳ 

ଦିନେ ସେ ହୋଇବ କାଳ !!


ମଟର ବିମାନ କାରଖାନା ଆଦି

ଆୟତ ଯଦି ନହେବ

ବାୟୁ ପ୍ରଦୂଷଣ ନୂଆ ନୂଆ ରୋଗ

ଉପହାର ରୂପେ ଦେବ  !!


କଂକ୍ରିଟ ପାଇଁ ଯେ ପାହାଡ ପର୍ବତ

କ୍ଷୟ ହେବ ନିଶ୍ଚେ କାଲି

ଅଟ୍ଟାଳିକା ଯେତେ ଭୁସୁଡ଼ିବ ଦିନେ 

ଏ କଥା ନଯାଅ ଭୁଲି !!


ପାଶ୍ଚାତ୍ୟ ଦେଶରେ ନିତି ବର୍ଷା ପାଇଁ

ସବୁଠି କଂକ୍ରିଟ ଘୋଡ଼ା

ଭାରତ ଦେଶରେ ଆଠ ମାସେ ସୁଖା 

କି ପାଇଁ କଂକ୍ରିଟ ଲୋଡା !!


ଆବଶ୍ୟକ ବିନା କଂକ୍ରିଟ ଦେବାନି 

ଘର ହେଉ ଅବା ପଥ 

କୁଡିଆ ଛପର ରାସ୍ତା ମାଟି ସ୍ତର

ପରିବେଶ ପାଇଁ ସୁସ୍ଥ !!


ଗଛ ନକାଟିବା ଜଙ୍ଗଲ ମଧ୍ୟରେ 

ଲଗାଇବା ନାହିଁ ନିଆଁ

ପରିବେଶ ରକ୍ଷା କରିବା ସଭିଏଁ

ଗଢ଼ିବା ନୂଆ ଦୁନିଆଁ  !!


ଗଛ ଟିଏ କାଟି ଖୁସି ନହୋଇବା

ଗଛ ଟି ମଣିଷ ହିତେ

ଅଙ୍ଗାରକ ନେଇ ଅମ୍ଳଜାନ ଦିଏ

ଏ ସାରା ଜୀବ ଜଗତେ !!


ସଂକଳ୍ପର ବଦ୍ଧପରିକର ହେଲେ 

ପରିବେଶ ହେବ ରକ୍ଷା

ଗଛ ଲଗାଇବା ପ୍ଲାଷ୍ଟିକ ଛାଡ଼ିବା

ଚନ୍ଦ୍ରକାନ୍ତ ମାଗେ ଭିକ୍ଷା !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract