ଏକାନ୍ତ ବାହୁନେ
ଏକାନ୍ତ ବାହୁନେ
ଏକାନ୍ତ ବାହୁନେ ଅନ୍ତର ର ଅନ୍ତେ
ଏକାନ୍ତ ଦର୍ଶନ ପାଇଁ
କାହିଁ ଗଲ ପ୍ରିୟା ଏକାନ୍ତ ସଜାଇ
ଲୁହ ଅନ୍ତ ହେଉ ନାହିଁ ।
ପ୍ରାଣପ୍ରିୟା ମୋର ପ୍ରାଣ ଯେ ଅସ୍ଥିର
ନିଃଶ୍ୱାସ ନ ଲଭେ ତପେ
ବାରିଧାର ପରି ଲୁହ ଧାର ଝରି
ପୂର୍ଣ୍ଣିମା ପୂର୍ଣ୍ଣିମା ଜପେ ।
ସାତ ଜନ୍ମ ପାଇଁ ହୋଇଥିଲେ କଥା
ଦଶ ଦିଗ ପାଳ ଚାହିଁ
ପ୍ରଥମ ଏ ଜନ୍ମ ପୂରଣ ନକରି
ଚାଲିଗଲ ପ୍ରିୟା କାହିଁ ।
ଅଙ୍ଗରୁ ତୁ ଅଙ୍ଗେ ନିଃଶ୍ୱାସ ତୋ ସଙ୍ଗେ
ଘୃତ ମୁଁ ତୁ ଅଗ୍ନି ଶିଖା
ନିରୁଦିଷ୍ଟ ନା କେ ହରିଲା ଗୋ ପ୍ରାଣ
ନକରି ପାରିଲି ରକ୍ଷା ।