STORYMIRROR

Chandrakanta Jena

Drama Romance Tragedy

4  

Chandrakanta Jena

Drama Romance Tragedy

ତୁମେ, ନା ସେ ଆଉ କିଏ

ତୁମେ, ନା ସେ ଆଉ କିଏ

1 min
362

ସ୍ବପ୍ନ ରାଇଜରେ ପୁନେଇଁ ର ରାତି

ବିଛେଇ ହୋଇ ପଡ଼ିଛି ଜହ୍ନର ଶୀତଳ ଯୋଛନା

କେହି ଜଣେ ଚିହ୍ନା ମୁହଁ ଫେରିଗଲା ଅଧା ବାଟୁ ମୋତେ ଦେଖି

ଚିହ୍ନି ପାରିଲିନି ଝାପସା ଝାପସା ଅନ୍ଧାରରେ

ଭାବିଲି ତୁମେ ନା ସେ ଆଉ କିଏ  !


ବସନ୍ତର ଆଗମନ କୋଇଲିର ମିଠା ସୁରରେ

ପୁରା ଧରଣୀ ଏବେ ପ୍ରକମ୍ପିତ

ପାହାଡ଼ ଶିଖରେ କେହି ଜଣେ ଗାଉଥିଲା ଗୀତ

କୋଇଲିର କୁହୁତାନେ

ଶୁଣିଲା ଶୁଣିଲା ପରି ଲାଗୁଥିଲା ସୁର ଟି ତାହାର

ଭାବିଲି ତୁମେ ନା ସେ ଆଉ କିଏ  !


ସଂକ୍ରାନ୍ତି ସନ୍ଧ୍ୟାର ଝାପସା ଅନ୍ଧକାର

ଗାଁ ମୁଣ୍ଡ ଦେବୀ ମନ୍ଦିରରେ ହେଉଥାଏ ଆଳତି

ଘଣ୍ଟ ଘଣ୍ଟାର ଶବ୍ଦରେ ସାରା ପରିବେଶ ଭକ୍ତିମୟ

ନାଲି ପାଟ ପିନ୍ଧା ବୋହୂଟିଏ ହାତେ ଧରି ସନ୍ଧ୍ୟା ଦୀପ

ଜଳୁଥିଲା ଭକ୍ତିଭାବେ ଦେବୀ ଙ୍କ ପାଖରେ ଏବଂ

ଭ୍ରମୁଥିଲା ବେଢ଼ା ଚତୃପାର୍ଶ୍ଵ

ପୂଜା ସାରି ଫେରୁଥିଲି ଘରକୁ

ମୋତେ ଦେଖି ଚାଲିଗଲା ମନ୍ଦିର ବେଢ଼ା ର ଦକ୍ଷିଣ ପାର୍ଶ୍ୱକୁ

ଭାବିଲି ତୁମେ ନା ସେ ଆଉ କିଏ  !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama