ନାରୀ
ନାରୀ
ପ୍ରଭୁ ବିଶ୍ବମ୍ଭର ବିଶ୍ଵମ୍ଭରା ଚିନ୍ତା
କରିଲେ ଯେବେ ମାନସେ
ଦୁଇ ଗୋଟି ବୀଜ ସ୍ଥାପନେ ମଣିଲେ
ନାରୀ ପୁରୁଷ ଯେ ହର୍ଷେ ।
ବେନି ଜନ ମଧ୍ୟେ ପରିପୁରକରେ
ଜଗତ ମଙ୍ଗଳ ହୁଏ
ଏହି ମଙ୍ଗଳର ସମୟ ଚକ୍ରରେ
ଜନ ଜୀବ ବୃଦ୍ଧି ପାଏ ।
ଗର୍ଭ ଧାରଣର ଅସହ୍ୟ ବେଦନା
ସାଦରେ ବୁହଇ ନାରୀ
ବେନି କୁୁୁଳେ ସାଜେ ଦୟା କ୍ଷମାଶୀଳା
ଗରବକୁ ତୁଛ କରି ।
ବିପଦେ ଆପଦେ ଶକ୍ତି ସ୍ୱରୂପିିିଣୀ
ଲାଳନ ପାଳନେ ଶ୍ରେଷ୍ଠା
ଅଙ୍ଗୁଳି ଦେଖାଇ ପରିିିଚୟ ଦିଏ
କିଏ ଗୁରୁ କିିଏ ପିିତା ।
ଜୀବନ ମରଣେ ସନ୍ତାନ କଲ୍ୟାଣେ
ଗରଳକୁ କରେ ପାନ
ମନ୍ଦିରେ ମନ୍ଦିରେ ମନେ ମାନସିକ
ପୁଣି ଦିଏ କେତେ ଦାନ ।
ବଞ୍ଚିଛି ଜଗତ ନାରୀ ଉପକାରେ
ସୃଷ୍ଟି କରି ଧର୍ମ ବୀର
ମନ ତଳେ ଚାପିିି ସହସ୍ର ଦୁଃଖକୁ
ରଣେ ଟେକେ ବାରବାର ।
ନାରୀ ବିନା ଘର ଶ୍ରୀହୀନ ଲାଗଇ
ସ୍ୱାମୀର ନୟନ ଜ୍ୟୋତି
ଭୃଣ ହତ୍ୟା ମନ ସଂକୁଚିତ କର
ବଞ୍ଚି ରହୁ ନାରୀ ଜାତି ।