ସକକ ବେଦ ମଧ୍ୟେ ସାର
ସକକ ବେଦ ମଧ୍ୟେ ସାର


ବିବେଚନା ଧାରେ ଯଦି ବୃକ୍ଷ ସମ
ବେଦ ପୁରାଣ ଓ ଶାସ୍ତ୍ର
ସେ ବୃକ୍ଷ ଉର୍ଦ୍ଧରେ ଫଳିଥିବା ଫଳ
ରସ-ଭରା ଭାଗବତ
ଭାଗବତ ରସ ଚାଖି ଶୁକ ମୁନି
ଜାଣିଲେ ମିଠା ସେ' ସ୍ଵାଦ
ପ୍ରଚାର ପ୍ରସାର ସହିତ ବର୍ଣ୍ଣନା
ଶୁଣିଲେ ହେଲା ଆନନ୍ଦ
ତକ୍ଷକ ଦଂଶନ ଶାପ ପ୍ରାପ୍ତି ପରେ
ଭୟାତୁର ପରୀକ୍ଷିତ
ଶୁକ ମୁନି ଠାରୁ ସପ୍ତାହ ପର୍ଯ୍ୟନ୍ତ
ଶୁଣି ଥିଲେ ଭାଗବତ
ସପ୍ତାହ ଶେଷରେ ହେଲା ସ୍ଵର୍ଗ ପ୍ରାପ୍ତି
ଭାଗବତ ମହିମାରୁ
ଭାଗବତ ବାଣୀ ହେଉଛି ଶ୍ରବଣ
ଆବହମାନ କାଳରୁ
ମୂଳ ଭାଗବତ ସଂସ୍କୃତ ଭାଷାରେ
ବ୍ୟାସଦେବ ଦ୍ୱାରା କୃତ
ଭାଷା ବୋଧଗମ୍ୟ ଥିଲା କଠିନତା
ପୁଣି ତାହାର ଭାବାର୍ଥ
ଓଡ଼ିଶାରେ ଭକ୍ତି ଧାରା ଆବାହକ
ପଞ୍ଚସଖା ପାଞ୍ଚ ଭକ୍ତ
ଅଚ୍ୟୁତ,ବଳରାମ,ଶିଶୁ ଅନନ୍ତ
ଜଗନ୍ନାଥ ଯଶୋବନ୍ତ
ସଂସ୍କୃତ ଲିଖିତ ଭାଗବତ ପଢ଼ି
ଭକ୍ତ ଜଗନ୍ନାଥ ଦାସ
ଓଡ଼ିଆ ଭାଷାରେ ଭାବାର୍ଥ ଆକାରେ
କହି ହୁଅନ୍ତି ସନ୍ତୋଷ
ଧାର୍ମିକ ସଂସ୍କାର ପରିବାର ମଧ୍ୟେ
ବିତି ଶୈଶବ ଜୀବନ
ଧର୍ମ ଶାସ୍ତ୍ର ଜ୍ଞାନ ଆହରଣ ପରେ
ହୃଦେ ଭକ୍ତି ଭାବାପର୍ଣ୍ଣ
ମନ୍ଦିର ବେଢ଼ାରେ ପୁରାଣ ପଠନେ
ପିତା ଭଗବାନ ଦାସ
ପୁରାଣପଣ୍ଡା ଆଖ୍ୟା ସହିତ ଜୀବନ
ଜୀବିକା ରୂପେ ପ୍ରୟାସ
ପୁରାଣପଣ୍ଡା ର ବୃତ୍ତି ଆପଣେଇ
ପିତାଙ୍କ ନିଧନ ପରେ
ସୁମଧୁର କଣ୍ଠେ ପୁରାଣ ପଠନେ
ଲିପ୍ତ ମନ୍ଦିର ବେଢ଼ାରେ
ନିଜ ସ୍ଵଳ୍ପ ଶିକ୍ଷିତ ମାତାଙ୍କ ଆଶା
ଭାଗବତ ଓଡ଼ିଆରେ
ଜନନୀ ଙ୍କ ଅଭିଳାଷ ପୂର୍ଣ୍ଣ ହେଲା
ନିଜ ସୁପୁତ୍ର କୃତି ରେ
ଭାଷା ପ୍ରବନ୍ଧ ଭାଗବତ ଗୀତା
ସୃଷ୍ଟି ନବାକ୍ଷରୀ ବୃତ୍ତେ
ବଟ ଗଣେଶଙ୍କ ନିକଟରେ ବସି
ଲେଖୁଥିଲେ ଭକ୍ତି ଚିତ୍ତେ
କ୍ରମେ ଭେଟ ହେଲା ଶ୍ରୀଚୈତନ୍ୟ ସହ
ସେହି କଳ୍ପବଟ ମୂଳେ
ଭକ୍ତି ଭାବ ସହ କୃଷ୍ଣ ପ୍ରେମ ରସ
ଶ୍ରୀଚୈତନ୍ୟ ଜ୍ଞାତ ହେଲେ
ସବୁ ଠାରୁ ବଡ ଅବା ' ଅତିବଡ଼ି '
ଉପାଧି ଘୋଷଣା ସହ
କ୍ରମେ ଗୁରୁ ଆସନରେ ଶ୍ରୀଚୈତନ୍ୟ
ବଳରାମ ଦାସ ସହ
ଓଡ଼ିଆ ଲିଖିତ ଭାଗବତ କ୍ରମେ
ପାଠ ହେଲା ଘରେ ଘରେ
ଭାଗବତ ଟୁଙ୍ଗି ଗଠନ ବି ହେଲା
ପ୍ରତି ଟି ପୁର ପଲ୍ଲୀ ରେ
ଶୁଭ କାର୍ଯ୍ୟ ଅବା ଜୀବ ଯିବା ବେଳେ
ପଢା ହେଲା ଭାଗବତ
ଧର୍ମ ଶାସ୍ତ୍ର ରୂପେ ମାନ୍ୟତା ରହିଲା
ବିଧି ବିଧାନ ସହିତ
ସର୍ବ ଶାସ୍ତ୍ର ସାରତତ୍ତ୍ଵ ସର୍ନିବିଷ୍ଟ
ଧର୍ମ ଶାସ୍ତ୍ର ଭାଗବତ
ବେଦ କଳ୍ପତରୁ ପକ୍ବ ଫଳ ସମ
ଜ୍ଞାନ ବିଜ୍ଞାନ ନିହିତ
ଭାବ ଜ୍ଞାନ ତତ୍ତ୍ଵ ବୈରାଗ୍ୟ ମା
ର୍ଗର
ଅନନ୍ୟ ମାର୍ଗ ଦର୍ଶକ
ଭଗବାନଙ୍କର ସାକ୍ଷାତ ସ୍ବରୂପ
ଅର୍ଜ୍ଜନେ ଜୀବ ସାର୍ଥକ
ସକାମ ନିଷ୍କାମ ଭକ୍ତିର ସ୍ବରୂପ
ପରମହଂସ ସଂହିତା
ସୃଷ୍ଟି ରହସ୍ୟର ଚରିତ ବର୍ଣ୍ଣନ
ସାଧୁ ସନ୍ଥଙ୍କର ପନ୍ଥା
ଜୀବନ ଦର୍ଶନ ଗ୍ରନ୍ଥ ଭାଗବତ
ବ୍ରହ୍ମ ସୁତ୍ରର ଦ୍ୟୋତକ
ନିତ୍ୟ ପଠନ ରେ ପ୍ରେରଣା ସମ୍ଭବ
ଭବ ଭୟ ନିବାରକ
ସତ୍ୟ ଧର୍ମ ମୁକ୍ତି ପଥ ପ୍ରଦର୍ଶକ
ଭାଗବତ ଆଦିମୂଳ
ବେଦ ମଧ୍ୟେ ସାର ମୋକ୍ଷ ବିଧାୟକ
ଆତ୍ମ କଲ୍ୟାଣ ର ମୂଳ
ସତ୍ତ୍ଵ ଜ୍ଞାନ ଦିବ୍ୟ ଭାବ ପ୍ରବର୍ତ୍ତକ
ଭାଗବତ ରସାତ୍ମକ
ମୋହ ମାୟା ଷଡ ରିପୁ ବିନାଶକ
ଜନ୍ମ କର୍ମ ନିୟାମକ
ଜୀବନ ଦର୍ଶନ ସମ୍ବଳିତ ତଥ୍ୟ
ଭାଗବତ ରେ ଗୁରୁତ୍ଵ
ଆତ୍ମ ସମୀକ୍ଷା ଓ ଆତ୍ମ ନିୟନ୍ତ୍ରଣ
ସୁତ୍ର ରହିଛି ନିହିତ
ଜୀବନ ଯୁଦ୍ଧ ରେ ସଂଘର୍ଷ ବ୍ୟାପକ
ଅସ୍ତ୍ର ରୂପେ ଭାଗବତ
ଆତ୍ମ ବିଶ୍ଳେଷଣ ଉପାଦାନ ସହ
ଆତ୍ମା ହୁଏ ବିକଶିତ
ଆତ୍ମା ଆଉ ପରମାତ୍ମା ସମ୍ବନ୍ଧୀୟ
ଯୋଗ ସାଧନାର ମନ୍ତ୍ର
ଭାଗବତ ବାଣୀ ଆଧାରରେ ସୁତ୍ର
ସହଜେ ହୁଅଇ ପ୍ରାପ୍ତ
ଭାଗବତ ନୁହେଁ କେବଳ ପଠନ
ବରଂ ସାଧନ ଜରୁରୀ
ମଣିଷ ହୃଦୟେ ଆତ୍ମ ବା ବିବେକ
ଶ୍ରେଷ୍ଠ ଗୁରୁ ସର୍ବୋପରି
ଆତ୍ମ ସଞ୍ଜମ ଇନ୍ଦ୍ରିୟ ନିୟନ୍ତ୍ରଣ
ବାକ୍ ସଞ୍ଜମ ବ୍ୟାୟାମ
ଯୋଗ ରେ ପୁରକ କୁମ୍ଭକ ରେଚକ
ଯୋଗେ ହୁଏ ପ୍ରାଣାୟମ
ପ୍ରତ୍ୟେକ ବ୍ୟକ୍ତି ର ଆତ୍ମା ବା ବିବେକ
ନିଜ ଉପଯୁକ୍ତ ଗୁରୁ
ସଦା ପାଖେ ରହି ଉପଯୁକ୍ତ ତଥ୍ୟ
ଦିଏ ପ୍ରତି ଘଟଣାରୁ
ଭାଗବତ ଧାରେ ପ୍ରତ୍ୟକ୍ଷ ପ୍ରମାଣ
ବଳେ ଜ୍ଞାନ ଆହରଣ
ପ୍ରତ୍ୟେକ ବ୍ୟକ୍ତିର ଆତ୍ମାରେ ନିହିତ
ଆତ୍ମା ରୂପୀ ଭଗବାନ
ବ୍ରହ୍ମା ବିଷ୍ଣୁ ଓ ଶିବଙ୍କ ସମ୍ମିଳିତ
ରୂପ ଆତ୍ମା ପରଂବ୍ରହ୍ମ
ସୃଷ୍ଟି ସର୍ଜନା ସଂହାର ଅହରହ
ଆତ୍ମା ସତ୍ୟ,ନୁହେଁ ଭ୍ରମ
ଗୁରୁ ଗ୍ରହଣ ଆଉ ଜ୍ଞାନ ଆହରଣ
ଭାଗବତରେ ନିଦାନ
ନିଜ ଆତ୍ମା ଅଟେ ସର୍ବ ଶ୍ରେଷ୍ଠ ଗୁରୁ
ଆତ୍ମ ଦର୍ଶନ ବିଧାନ
ଜଣେ ଗୁରୁ ଯଦି ଦିବ୍ୟ ଗୁଣ ଧାରୀ
ଅଥବା ମହାପୁରୁଷ
ସାକ୍ଷାତ୍ ପରଂବ୍ରହ୍ମ ର ପଦବାଚ୍ୟ
ଅସମ୍ଭବ ର ପ୍ରୟାସ
କଳି ରେ ଅମୋଘ ଅସ୍ତ୍ର ଭାଗବତ
ଆତ୍ମ ବିଶ୍ଳେଷଣ ଗ୍ରନ୍ଥ
ଭକ୍ତ ଭଗବାନ କଥା ଓ ସାଧନା
ମନ୍ତ୍ର ରହିଛି ନିହିତ
ଶୃଙ୍ଖଳିତ ଜୀବନରେ ଭାଗବତ
ଦିଏ ନୂତନ ଚେତନା
ଜୀବନ ସାଗର ଉତ୍ତାଳ ଢେଉ ରେ
ଭାଗବତ ହିଁ ପ୍ରେରଣା
ପବିତ୍ର ପାବନ ଶାସ୍ତ୍ର ଭାଗବତ
ହେଉ ପଠନ ଶ୍ରବଣ
ଜ୍ଞାନ ଭକ୍ତି ଧ୍ୟାନ ଯୋଗ ମାର୍ଗ ବଳେ
ଆତ୍ମ ହେବ ବିଶ୍ଳେଷଣ