STORYMIRROR

Papu parida

Drama Inspirational Others

4  

Papu parida

Drama Inspirational Others

ସଂଘର୍ଷ

ସଂଘର୍ଷ

1 min
406

ବେଙ୍ଗ କହୁଅଛି ଆଲୋ ଏ ବେଙ୍ଗୁଲି 

ଶୁଣେ ସଂଘର୍ଷର କଥା

ପ୍ରତି ଅଣୁ କଣୁ କରଇ ସଂଘର୍ଷ 

ଘେନିବାକୁ ସମ୍ପନ୍ନତା।


ଧ୍ୱଂସ ପରେ ପକ୍ଷୀ କରଇ ସଂଘର୍ଷ

ନବନିର୍ମାଣର ପାଇଁ

କାଠି କୁଟା ଘେନି ପୁଣି ବନ୍ଧେ ବସା

କାହିଁ ସେ ହାରଇ ନାହିଁ।


କ୍ଷୁଦ୍ର ଜଳବିନ୍ଦୁ କରଇ ସଂଘର୍ଷ

ଅସ୍ତିତ୍ୱ ପାଇବା ପାଇଁ

ବିନ୍ଦୁ ପରେ ବିନ୍ଦୁ ସାଜିଯାଏ ସିନ୍ଧୁ

ଥମେନି ଜମା ସେ କାହିଁ।


କ୍ଷୁଦ୍ର ପିମ୍ପୁଡିଟେ କରଇ ସଂଘର୍ଷ 

ଖଣ୍ଡ ଖଣ୍ଡ ଦାନା ପାଇଁ

ସେଥିଲାଗି ପରା ବରଷା ଦିନରେ

କିଛି ଚିନ୍ତା ତାର ନାହିଁ।


ପବନରେ ଦୀପ କରଇ ସଂଘର୍ଷ

ଟିକେ ଜଳିବାର ପାଇଁ

କହଇ ପବନ ଲିଭିଯା ଲିଭିଯା

କିଛି ଶୁଣିବାର ନାହିଁ।


ପ୍ରତି ଲଘୁପ୍ରାଣୀ କରଇ ସଂଘର୍ଷ

ଜୀବନ ରଖିବା ପାଇଁ

ମୃତ୍ୟୁକୁ ଫାଙ୍କିଣ ମୁଣ୍ଡ ସେ ଟେକନ୍ତି

ଯିଏ ଥକିଯାଏ ନାହିଁ।


କବି ଓ ଲେଖକ କରନ୍ତି ସଂଘର୍ଷ

ଶବ୍ଦ ସଜାଡିବା ପାଇଁ

ଶବ୍ଦର ଯାଦୁରେ ବାନ୍ଧନ୍ତି ସଭିଙ୍କୁ

ନୂଆଁ ନୂଆଁ ବାର୍ତ୍ତା ଦେଇ।


କୃଷକ ଭାଈ ମୋ କରନ୍ତି ସଂଘର୍ଷ

ସୁନାର ଫସଲ ପାଇଁ

ମାଟି ସଙ୍ଗେ ମାଟି ହୋଇକି ଖଟନ୍ତି

ନାନା ନିର୍ଯାତନା ସହି।


ଶିକ୍ଷକ ଆମର କରନ୍ତି ସଂଘର୍ଷ

ଆମରି ଭବିଷ୍ୟ ପାଇଁ

ଛାତି ତଳେ ଚାପି ନିଜ ଇଚ୍ଛା ସବୁ

ଆଗକୁ ଦିଏ ବଢ଼ାଇ।


ମହାପୁରୁଷ ବି କରନ୍ତି ସଂଘର୍ଷ 

ସମାଜ ସଂସ୍କାର ପାଇଁ

ସେବାକୁ କରିଣ ଜୀବନରେ ବ୍ରତ

ପଛଘୁଞ୍ଚା ଦେବେ ନାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama