STORYMIRROR

Sunanda Mohanty

Drama Action Classics

3  

Sunanda Mohanty

Drama Action Classics

ପ୍ରେମ

ପ୍ରେମ

1 min
196


ପ୍ରେମ ଏମିତି ଜିଵାସ୍ମ

ଜାଳେ କେବେ ଜଳି ହୁଏ ଭସ୍ମ

ପ୍ରେମ ଏମିତି ଟୋପେ ଉଷ୍ମ

ପ୍ରସବଣ ଦାରୁବ୍ରହ୍ମ ଭୀଷ୍ମ

ପ୍ରେମ ଏକ ପଦ୍ମ ବନ

ଆର୍ତ୍ତନାଦ ସମ୍ମୋହନ

ଚନ୍ଦନ କସ୍ତୁରୀ ସମ

ମହମହ ବାସ ଆଣେ ଭ୍ରମ

ପ୍ରେମ ଏକ ରଜ୍ଜୁ ପ୍ରେମ ଏକ ଋତୁ

ପ୍ରେମ ମଦିରାର ପବିତ୍ର ଫଲ୍ଗୁ

ପ୍ରେମ ପ୍ରକୃତି ପ୍ରେମ ଆସକ୍ତି

ପ୍ରେମ ହିଁ ଅଜର ଅମର ପ୍ରେମ

ପ୍ରେମ ପାଇଁ ଜୀବଜଗତ ଜନ୍ମ

ପ୍ରେମ ରେ ସୃଜିଲେ ବ୍ରହ୍ମ

ପ୍ରେମରେ ସକଳ ତୀର୍ଥ ଚାରିଧାମ

ପ୍ରେମ ରାଧା କୃଷ୍ଣ ସାର୍ଥକ ନାମ

ପ୍ରେମର ଉଦାହରଣ ମୀରା ଜନ୍ମ

ପ୍ରେମ ରେ ମାଉସୀ ମାଆ

ଖୋଲିଲେ ଗମ୍ଭୀରା କବାଟ

ଚତୁର୍ଦ୍ଧା ହେଲେ ପ୍ରେମେ ଦାରୁବ୍ରହ୍ମ

ନୀଳମାଧବ ଥିଲେ ଜଗନ୍ନାଥ ହେଲେ

ବ୍ରାହ୍ମ ମୁହୂର୍ତ୍ତ ନୀଳମାଧବ

ବାସ ପୁରୀ ଶ୍ରୀକ୍ଷେତ୍ର ଧାମ

ହୋଇ ବ୍ରାହ୍ମ ବ୍ରାହ୍ମୀ ଓ ବ୍ରହ୍ମ

ପ୍ରେମ ର ଗୋଲକେ ପ୍ରେମେ ଜନ୍ମ ।


Rate this content
Log in

Similar oriya poem from Drama