STORYMIRROR

Kabiratna Nutan Kumar Behera

Drama Action Classics

3  

Kabiratna Nutan Kumar Behera

Drama Action Classics

ପାପ ତାପ ନାଶିନୀ ମା'ଗଙ୍ଗା

ପାପ ତାପ ନାଶିନୀ ମା'ଗଙ୍ଗା

1 min
176

       


ମର୍ତ୍ତ୍ୟ ମଣ୍ଡଳେ ପ୍ରବାହିତା ପୁଣ୍ୟତୋୟା ସେ ସରିତା,

ଢାଳେ ସେନେହ ମମତା ତ୍ରିପୁରେ ହୁଏ  ପୂଜିତା।

ସେ ପାପ ତାପ ନାଶିନୀ ଅଭୟ ବର ଦାୟିନୀ,

ତ୍ୟାଗେ ଜଗତ ଜନନୀ  ସୁଖଶାନ୍ତି ପ୍ରଦାୟିନୀ।

ପବିତ୍ରା ସେ ଗଙ୍ଗା ମାତା  ସାଧନେ ଜ ଗ ତ ଜି ତା,

ବିଶ୍ଵ ହିତେ ତା' ନମ୍ରତା  ଲାଗି ସେ ଚିର ବ ନ୍ଦି ତା।

ହିମବାନ ତାଙ୍କ ପିତା ସତୀ ମୈନାବତୀ ମାତା,

ସୌଭାଗ୍ୟବତୀ ଦୁହିତା ଶାନ୍ତନୁଙ୍କ ସେ ବ ନି ତା।

ପିତାମହ ଦେ ବ ବ୍ର ତ ଭୀଷ୍ମ ଦେବ ତାଙ୍କ ସୁତ,

ନର୍ମଦାଙ୍କୁ କରି  ଜାତ ଦେଇ ଥିଲେ ସେ ମାତୃତ୍ୱ।

ପୁଣ୍ୟମୟୀ ସ୍ରୋତସ୍ଵିନୀ ତା' ପାଇଁ ହସେ ଧରଣୀ,

ସ୍ଵଚ୍ଛ ଶୁଦ୍ଧ ତାର ପାଣି  ସ୍ନାନେ ମୋକ୍ଷ ପାଏ ପ୍ରାଣୀ।

ଥିଲେ ଗଙ୍ଗା ସ୍ଵର୍ଗପୁରେ  ହସ ଖୁସି ଆ ନ ନ୍ଦ ରେ, 

ଭଗୀରଥ ତପସ୍ୟାରେ ଆଣିଲେ ଏ ମ ର୍ତ୍ତ୍ଵ ପୁ ରେ।

କପିଳଙ୍କ ଅଭିଶାପେ  ଅତୃପ୍ତ  ଆତ୍ମା ସ୍ଵରୂପେ,

ସାଗର ବଂଶଜ ପାପେ ରହିଥିଲେ ଯେ ସନ୍ତାପେ।

ଗଙ୍ଗାମାତା କୃପା ବଳେ  ତରି ରହିଲେ ମଙ୍ଗଳେ,

ମା' ସାହା କାଳେ କାଳେ ତା' ସନ୍ତାନ ଧରି କୋଳେ।

ଇହଳୀଳା ଗଲେ ସରି  ଗଙ୍ଗାଜଳ  ପାନ କରି,

ଜୀବ ଯାଏ ଆର ପାରି  ପ୍ରଭୁ  ରଖନ୍ତି ଉଦ୍ଧାରି।

ଗଙ୍ଗାସ୍ଥିର   ବିସର୍ଜନ  ମୋକ୍ଷ ପ୍ରାପ୍ତିର ଏ ପୁଣ୍ୟ,

ପିତୃପୁରୁଷଙ୍କ   ଋଣ  ଦାନ କରି ହୁଏ ଧନ୍ୟ।

ଜନମରୁ ମୃତ୍ୟୁ ଯାଏଁ  ମା' ଗଙ୍ଗାର ପାଦ ଛୁଏଁ,

ଯେତେ ଦିନ ଭବେ ଜିଏଁ  ଅବିରତ ପ୍ରାଣ  ଧାଏଁ।

ପୁଣ୍ୟ ଅର୍ଜନେ ତା' ନାମ  ଧରି  କରୁଥାଏ  ଶ୍ରମ,

ପାଳି  ମାନବ ଧରମ  ଭେଟିଥାଏ ସେ ପରମ।

ପାପ ତାପର ନାଶିନୀ ଗଙ୍ଗା ମା'କୁ ଜୀବ ଜାଣି,

ଜୀବନେ ହୁଏ ଅଗ୍ରଣୀ ଆଶିଷ  କର  ମାଗୁଣି।

                


  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama