Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prabhati Mahapatra

Children Stories Drama Inspirational

4.2  

Prabhati Mahapatra

Children Stories Drama Inspirational

ମାଟି

ମାଟି

1 min
325



ବିଶ୍ୱ ଚିନ୍ତାମଣି ସୃଷ୍ଟି କଲେ ଜାଣି

ସୌନ୍ଦର୍ଯ୍ୟ ପ୍ରକୃତି ଧରା

କୋଟି କୋଟି ଜୀବ ଆନନ୍ଦ ଲଭିଲେ

ଏଇ ମାଟି କୋଳେ ପରା ।

କେତେ ସଂଜୀବନୀ ମହୋଷଧି ବୀଜ

ଜନ୍ମିଲେ ପ୍ରଭୁ କୃପାରୁ 

ମାଟି ଜଳ ବାୟୁ ଆଶିଷ ଢାଳିଲେ

ବର୍ଦ୍ଧିତ ହୋଇଲା ଚାରୁ ।

ବିକଶିଲା ପଦ୍ମ ମାଟି ପଙ୍କ ପାଇ

ବିକଶିତ ଜବା ମଲ୍ଲୀ 

ମହକି ଉଠିଲା ମାଟିର ସ୍ପର୍ଶରେ

ଜଗତ ନପାରେ ଭୁଲି ।

ଧନ ଲକ୍ଷ୍ମୀ କୃପା ମାଟି ଚାଷପରେ

ହସି ଉଠେ ମାଟି ଘର

ଛୋଟ ମୋର ଗ୍ରାମେ ଉତ୍ସବ ମନାନ୍ତି

ମାତାଙ୍କର ଗୁରୁବାର ।

ଝାଟିମାଟି ଘରେ ଯେଉଁ ସୁଖ ଅଛି

ଅଟ୍ଟାଳିକା ଗୃହେ କାହିଁ

ମାଟିର ବାସ୍ନାକୁ ହୃଦୟରେ ଥାପ

ହତାଦର କର ନାହିଁ ।


Rate this content
Log in