STORYMIRROR

Dr. Rajib Lochan Panigrahy

Drama Romance Tragedy

3  

Dr. Rajib Lochan Panigrahy

Drama Romance Tragedy

ଗରଳ

ଗରଳ

1 min
179

ସମ୍ପର୍କ ର ସେତୁରେ

ଗରଳ ବି ଭଲ ଲାଗେ

ନିନ୍ଦା ଅପବାଦ ବି ଲାଗେ ଭଲ

ଯେବେ ସମ୍ପର୍କୀୟଟା କଥା କୁହେ

ଥାଏ ଅତି ନିକଟରେ |

ଦୁରେଇ ଗଲେ ସେ ପାଶରୁ

ଲାଗେ ସତେ ଗରଳଧାରୀ କେହି

ବେକରେ ଗୁଡେଇ ହୋଇ

ତୁହାକୁ ତୁହା ଦଂଶୁଛି |

ସପନରେ ଆସିଗଲେ ପ୍ରିୟଜନ

ସେ ଗରଳ ହିଁ ଲାଗେ ଭଲ,

ତା ମୁହଁଟା ଦେଖିଦେଲେ

ଗରଳ ବି ହୁଏ ଅମୃତ,

ପାଶେ ଥିଲେ ପ୍ରିୟ ଜନ

ଲାଗେ ଦୁନିଆ ଅମୃତମୟ |

ସବୁ ଅଛି ଗରଳ ବି

ଅମୃତ ବି ଅଛି ଏଠି,

ଲୋଡ଼ା ଖାଲି ଦରଦୀ ମନଟିଏ

ସମ୍ପର୍କରେ ସେତୁ ବାନ୍ଧିବାରେ,

ସେହି ଗରଳ ବି ଅମୃତ ହୁଏ

ମରିଯାଉଥିବା ମଣିଷକୁ

ଜୀବନ୍ତ କରିବାରେ

ଯେବେ ସମ୍ପର୍କ ରେ ଦୂରତା

ଅବା ତିକ୍ତତା ନ ଆସେ |



Rate this content
Log in

Similar oriya poem from Drama