ଭଉଣୀର ରାକ୍ଷୀ
ଭଉଣୀର ରାକ୍ଷୀ
ଭାଇ ଭଉଣୀର
ସମ୍ପର୍କର ସୂତ୍ର
ଅଟେ ଏହି ସୁତା ଖଣ୍ଡ
ସୁତା ନୁହେଁ ଏହା
ବନ୍ଧନର ସୂତ୍ର
ଅଟେ ରାକ୍ଷୀ ଏହା ନାମ
ବରଷକେ ଥରେ
ଆସେ ରାକ୍ଷୀ ପୂର୍ଣ୍ଣିମା
ଭାଇ ଭଉଣୀର
ମନଟା ଉଚ୍ଛନ୍ନ
ଥିଲେ କେତେ ମାଳିନ୍ୟ
ସବୁ ଭୁଲିଯାଇ
ଭାଇ ଚାହିଁଥାଏ
ଭଉଣୀ ଆସିବା ବାଟକୁ
ଭଉଣୀ ଟି ଥିଲେ
ଚାହିଁ ରହିଥାଏ
ଭାଇର ପବିତ୍ର ହାତକୁ
ଭଉଣୀର ରାକ୍ଷୀ
ସେନେହର ସାକ୍ଷୀ
ଅଟେ ଅମୁଲ୍ୟ ରତନ
ଭାଇ ନଥିବ ଯାହାର
କରେ ଅନ୍ୟକୁ ଭାଇ
ପୂଜା ଵିଧି କରି
ବିଭୁ ପାଦେ ପୂଜି
ବାନ୍ଧେ ରାକ୍ଷୀ ସୂତ୍ର
ଭାଇ ଟି ଶ୍ରଦ୍ଧାରେ
ଦିଏ ଭଉଣୀକୁ ମିଠା
ଉପହାର ଅବା କିଛି ଟଙ୍କା
ଭଉଣୀ କେବଳ
ବାନ୍ଧିବ ଏ ରାକ୍ଷୀ
ବୋଲି କିଛି ବନ୍ଧା ନାହିଁ
ଗୁରୁ ଗୁରୁଜନ
ଦେବୀ ଦେବଗଣ
ସମସ୍ତଙ୍କୁ ବାନ୍ଧି ହେବ
ଯାହାଠାରୁ ଆଶା
ରହିଛି ଜୀବନେ
ରକ୍ଷା କରିବାର ଇଛା
ତାଙ୍କ ହାତେ ବାନ୍ଧି
ମଥାପାତି ନତ
ହୋଇବା ଆମେ ସମସ୍ତେ
