STORYMIRROR

Dr. Rajib Lochan Panigrahy

Classics Fantasy Inspirational

4  

Dr. Rajib Lochan Panigrahy

Classics Fantasy Inspirational

ଭଉଣୀର ରାକ୍ଷୀ

ଭଉଣୀର ରାକ୍ଷୀ

1 min
19

ଭାଇ ଭଉଣୀର 

ସମ୍ପର୍କର ସୂତ୍ର 

ଅଟେ ଏହି ସୁତା ଖଣ୍ଡ 

ସୁତା ନୁହେଁ ଏହା 

ବନ୍ଧନର ସୂତ୍ର 

ଅଟେ ରାକ୍ଷୀ ଏହା ନାମ 

ବରଷକେ ଥରେ 

ଆସେ ରାକ୍ଷୀ ପୂର୍ଣ୍ଣିମା 

ଭାଇ ଭଉଣୀର 

ମନଟା ଉଚ୍ଛନ୍ନ 

ଥିଲେ କେତେ ମାଳିନ୍ୟ 

ସବୁ ଭୁଲିଯାଇ 

ଭାଇ ଚାହିଁଥାଏ 

ଭଉଣୀ ଆସିବା ବାଟକୁ 

ଭଉଣୀ ଟି ଥିଲେ 

ଚାହିଁ ରହିଥାଏ 

ଭାଇର ପବିତ୍ର ହାତକୁ 

ଭଉଣୀର ରାକ୍ଷୀ 

ସେନେହର ସାକ୍ଷୀ 

ଅଟେ ଅମୁଲ୍ୟ ରତନ 

ଭାଇ ନଥିବ ଯାହାର 

କରେ ଅନ୍ୟକୁ ଭାଇ 

ପୂଜା ଵିଧି କରି 

ବିଭୁ ପାଦେ ପୂଜି 

ବାନ୍ଧେ ରାକ୍ଷୀ ସୂତ୍ର 

ଭାଇ ଟି ଶ୍ରଦ୍ଧାରେ 

ଦିଏ ଭଉଣୀକୁ ମିଠା 

ଉପହାର ଅବା କିଛି ଟଙ୍କା 

ଭଉଣୀ କେବଳ 

ବାନ୍ଧିବ ଏ ରାକ୍ଷୀ 

ବୋଲି କିଛି ବନ୍ଧା ନାହିଁ 

ଗୁରୁ ଗୁରୁଜନ 

ଦେବୀ ଦେବଗଣ 

ସମସ୍ତଙ୍କୁ ବାନ୍ଧି ହେବ 

ଯାହାଠାରୁ ଆଶା 

ରହିଛି ଜୀବନେ 

ରକ୍ଷା କରିବାର ଇଛା 

ତାଙ୍କ ହାତେ ବାନ୍ଧି 

ମଥାପାତି ନତ 

ହୋଇବା ଆମେ ସମସ୍ତେ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics