STORYMIRROR

Dr. Rajib Lochan Panigrahy

Classics Fantasy Inspirational

4  

Dr. Rajib Lochan Panigrahy

Classics Fantasy Inspirational

ପଞ୍ଚ କନ୍ୟା

ପଞ୍ଚ କନ୍ୟା

1 min
45


"ଅହଲ୍ୟା ଦ୍ରୌପଦୀ ତାରା କୁନ୍ତୀ ମନ୍ଦୋଦରୀ ତଥା 

ପଞ୍ଚ କନ୍ୟା ସ୍ମରେ ନିତ୍ୟ ମହାପାତକ ନାଶନଂ"

ମହାଭାରେ ଯୁଦ୍ଧରେ ଶ୍ରୀକୃଷ୍ଣ ଭଗବାନ 

ନେଇଥିଲେ ନେତୃତ୍ତ୍ୱ 

ମାନୀ ଦାନୀ କେତେ ବୀର ହୋଇଥିଲେ 

ଯୁଦ୍ଧରେ ପରାସ୍ତ 

କେତେ ରାଜା ମହାରାଜା ହାରିଥିଲେ 

ସେହି ରଣରେ 

ପାଞ୍ଚ ପାଣ୍ଡଵ ସାଥିରେ ଥିଲେ ଶ୍ରୀକୃଷ୍ଣ 

ଜିତିଗଲେ ସେଠାରେ 

ନ୍ୟାୟରେ ଥିଲେ ପାଣ୍ଡଵ ଯେ ପ୍ରଭୁ 

ସଖା ତାଙ୍କର ହେଲେ 

ପାଞ୍ଚ ପତିଙ୍କୁ ପାଇ ପାଞ୍ଚାଳୀ ଦ୍ରୌପଦୀ 

ହୋଇଗଲେ ସତୀ 

ତାଙ୍କ ଜୀବନର ମନ୍ତ୍ର ଥିଲା ଏକ ଯାହା 

ଥିଲା ଶୃଙ୍ଖଳାଟି 

ମିଳିଥିଲା ମାତା କୁନ୍ତୀଙ୍କୁ ଇଚ୍ଛା ପୁରଣର 

ମାତୃତ୍ୱ ପାଇଲେ ନଥାଇ ପତି 

ଦାନ ବୀର କର୍ଣ୍ଣ ସୂର୍ଯ୍ୟଙ୍କ ଔରସରୁ 

କାନ ପଟୁ ହୋଇଲେ ଜନମ 

ପରକୀୟା ପ୍ରୀତି ନାମରେ ଆଜିକାଲି 

ନାରୀ ହୁଏ କଳୁଷିତ 

ବେଦପତି କନ୍ୟା ଅହଲ୍ୟା କରିଥିଲେ 

ଦେବରାଜ ଇନ୍ଦ୍ର ସଙ୍ଗେ ରତି 

ଅହଲ୍ୟା ଥିଲେ ଗୌତମଙ୍କ ପତ୍ନୀ 

ତାହା ଜାଣିଲେ ପତି 

ଗୌତମଙ୍କ ଅଭିଶ୍ୟାପ ରେ ଅହଲ୍ୟା 

ହୋଇଥିଲେ ପାଷାଣୀ 

ଅହଲ୍ୟା ଥିଲେ ବେଦପତିଙ୍କ ର 

ମାନସ କନ୍ୟା ଅଳିଅଳି 

ପ୍ରଭୁ ରାମଚନ୍ଦ୍ର ତାଙ୍କୁ କରିଥିଲେ 

ପଥରରୁ ମୁକତି 

ତାରା ଥିଲେ ବାନର ରାଜା ବାଳୀଙ୍କ 

ଧରମ ପତ୍ନୀ 

ସମୁଦ୍ର ମନ୍ଥନରୁ ଏହି କନ୍ୟା ହୋଇଥିଲେ 

ସୁନ୍ଦରୀ ଉତପତି 

ପରମ ପ୍ରତାପୀ ରାବଣର ଧର୍ମପତ୍ନୀ 

ରାଣୀ ମନ୍ଦଦୋରୀ 

ଥିଲେ ମନ୍ଦଦୋରୀ ପରମ ବୈଷ୍ଣବୀ 

ରାବଣକୁ ଦେଲେ ଶିକ୍ଷା ନୀତି 

ମାତା ସୀତାଙ୍କୁ ପ୍ରଭୁ ରାମଙ୍କ ପାଖେ 

ସସମ୍ମାନେ ଛାଡିବାକୁ ଅତି 

ଶୁଣିଲାନି ସୁନାଶୀର ରାବଣ କିଛି 

ଶେଷରେ ପ୍ରଭୁହାତେ ଇତି 

ସମସ୍ତ ଅନନ୍ୟା ପାଞ୍ଚ କନ୍ୟା ଙ୍କୁ

ବିଭୁ କଲେ ମହାସତୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics