STORYMIRROR

Dr. Rajib Lochan Panigrahy

Tragedy Classics Inspirational

4  

Dr. Rajib Lochan Panigrahy

Tragedy Classics Inspirational

କି ଯୁଗ ହେଲା ସବୁତ ବଦଳିଗଲା

କି ଯୁଗ ହେଲା ସବୁତ ବଦଳିଗଲା

1 min
13

କି ଯୁଗ ହେଲା ସବୁତ ବଦଳି ଗଳା 

ଆମ ଗାଁ ଏବେ ସହର ସହର ଲାଗିଲା 

କି ଯୁଗ ହେଲା ସଞ୍ଜ ବତୀ ନ ଜଲିଲା 

ଆଗର ବତୀ କେହି ଜାଳେ ତ ନଜାଳେ 

ଆମନ୍ଦିରରେ ଘଣ୍ଟା ତୁରୀ ଢୋଲ ବାଜିଲା 

ପୁଣି ଭକ୍ତ ଦ୍ୱାରା ନୁହଁ ଯନ୍ତ୍ର ଚାଲିତ ହେଲା 

କି ଯୁଗ ହେଲା ରାତି ହେଲେ ଗାଁ ଦାଣ୍ଡରେ 

ଭଜ ଗୋବିନ୍ଦ ଭଜନରେ ଭକ୍ତ ବୁଲୁଥିଲେ 

ଲଣ୍ଠନ ଆଲୁଅରେ ଗିନି ମୃଦଙ୍ଗ ବଜାଇ 

ଏବେ ଆଉ ସେ ସବୁ ଗାଁ ରେ ଶୁଭୁନି 

ଯେଉଁ ଆଡେ ଦେଖିବ ମୋବାଇଲ ରଡି 

ଗାଁ ଚାଟଶାଳୀ ରେ ଛଣ ଛପର ଘର 

ବରଷା ଝଡ଼ିରେ ଖସଡ଼ା ରାସ୍ତାରେ ଗୋଡ଼ 

ଶିକ୍ଷକଙ୍କ ଖନ୍ଦା ପଣକିଆ ଘୋଷା ବେତ ମାଡ଼ 

ଆଉ ନାହିଁ, ଏବେ ଖାଲି କୋଠା ମାଲମାଳ 

ବିଦ୍ୟାର୍ଥୀ ନ ପଢିଲେ କରିଲେ ଶାସନ ହେବ 

ଦେୟ ମୁକ୍ତ ଦୂରଭାଷ ରେ ଗୁହାରି ଜଣାଣ 

ମାମୁଁ ଆସି ଶିକ୍ଷକଙ୍କୁ ନେଇଯିବେ ଜେଲ 

କି ହେଲା କି ହେଲା ଆଜ ପୂଜିତ ଶିକ୍ଷକ 

ଏବେ ପାଉଛନ୍ତି ଦଣ୍ଡ ଓ ହେଲେଣି ଭଣ୍ଡ 

ଶିକ୍ଷାର ହେଲାଣି ପତନ ସରକାରୀ ସ୍କୁଲ 

ପଡିଛି ଫାଙ୍କା ଘରୋଇ ବିଦ୍ୟାଳୟ ଫୁଲ 

କି ଯୁଗ ହେଲା ସବୁ ତ ବଦଳି ଗଲା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy